ତାଜମହଲର ପାର୍କିଂ ନିକଟରେ ଗୁଳିବିନିମୟ

2ed63446-0a5e-407b-a767-5fab36b5c01d

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଆଗ୍ରାର ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାର ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। 
ବିମାନବନ୍ଦରକୁ ମିଳିଥିବା ମେଲ୍ ଅନୁସାରେ, ବିମାନବନ୍ଦର ନିକଟରେ ବିସ୍ଫୋରକ ଲୁଚାଇ ରଖାଯାଇଛି। ତୁରନ୍ତ ବିମାନବନ୍ଦର ଖାଲି କରନ୍ତୁ।  ଏଭଳି ଧମକ ମେଲ୍ଆଇଡିroadkillandkyokill@atomicmail.io ରୁ ପଠାଯାଇଛି।

ମେଲରେ "ରୋଡକିଲ୍ ଏବଂ କ୍ୟୋ" ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେଇଛନ୍ତି। ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତ୍ତି ନିଗମ ଶାହଗଞ୍ଜ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।  ଭାରତର ଅନ୍ୟ ବିମାନବନ୍ଦରଗୁଡ଼ିକୁ ମଧ୍ୟ ଏଭଳି ମେଲ୍ ପଠାଯାଇଛି, ଯାହା ପରେ ଏଜେନ୍ସିଗୁଡ଼ିକ ସତର୍କତା ଅବଲମ୍ବନ କରାଯାଇଛି। ଆଗ୍ରା ପୁଲିସ ଷ୍ଟେସନ ଶାହଗଞ୍ଜ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଗ୍ରା ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତ୍ତି ନିଗମ ଅଭିଯୋଗରେ କହିଛନ୍ତି, ‘ଆମକୁ ମିଳିଥିବା ଧମକରେ କୁହାଯାଇଛି ବିମାନବନ୍ଦରରେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ ଲୁଚାଇ ରଖାଯାଇଛି, ଆପଣଙ୍କୁ ତୁରନ୍ତ ବିମାନବନ୍ଦର ଖାଲି କରିବାକୁ ହେବ। ନ‌ଚେତ ଅନେକ ଯାତ୍ରୀଙ୍କ ଜୀବନ ଜୀବନ ଚାଲିଯିବ।’

ଏହି ସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ ଡିସିପି  ସୋନମ କୁମାର କହିଛନ୍ତି ଯେ ଗତକାଲି ମୁଖ୍ୟ ସୁରକ୍ଷା ଅଧିକାରୀ ଏକ ଅଭିଯୋଗ କରିଥିଲେ। ଯେଉଁଥିରେ ଆଗ୍ରା ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବା ପାଇଁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଥିବାର ସୂଚନା ଦେଇଥିଲେ। ଯେଉଁ ଇମେଲ୍ ଠିକଣାରୁ ଏହି ମେଲ୍ ପଠାଯାଇଛି ତାହା ଠାବ କରାଯାଉଛି, ଖୁବ୍ ଶୀଘ୍ର ଅପରାଧୀମାନଙ୍କୁ ପୁଲିସ କାବୁ କରିବ।

ଅନ୍ୟପକ୍ଷରେ, ତାଜମହଲର ପାର୍କିଂ ନିକଟରେ ମଧ୍ୟ ଗୁଳିବିନିମୟ ହୋଇଛି। ଗୁଳି ଫୁଟିବା ଶବ୍ଦ ଶୁଣି ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ତାଜମହଲର ପାର୍କିଂ ନିକଟରେ ଏକ କାରରେ ଥିବା ଦୁଇଜଣ ଯୁବକ ଏହି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।  ଗୁଳି ଚଳାଇବା ପରେ ଉଭୟ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ସେମାନଙ୍କୁ ଧରିବା ପାଇଁ ତଦନ୍ତ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe