ଛଅଟି ବିଦେଶୀ ଭାଷା ଶିଖିବେ ଆଗ୍ରା ପୁଲିସ

Advertisment
ଛଅଟି ବିଦେଶୀ ଭାଷା ଶିଖିବେ ଆଗ୍ରା ପୁଲିସ

Image Courtesy of TOI

ଆଗ୍ରା: ତାଜ୍‌ ମହଲର ସହର ପରିଦର୍ଶନରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଉନ୍ନତ ସେବା ଯୋଗାଇ ଦେବା ନିମନ୍ତେ ଇଂରାଜୀ ବ୍ୟତିରେକେ ଆଗ୍ରା ପୁଲିସବାଲା ଜର୍ମାନ୍‌, ମାଣ୍ଡାରିନ୍‌, ସ୍ପାନିସ୍‌, କୋରିଆନ୍‌, ପର୍ତ୍ତୁଗୀଜ, ଜାପାନିଜ୍‌, ଫ୍ରେଞ୍ଚ୍‌ ଏବଂ ରୁଷିୟାନ୍‌ ଭାଷା ଶିକ୍ଷା କରିବେ।

ନିକଟରେ ସୁଇସ୍‌ ଦମ୍ପତିଙ୍କ ଉପରେ କରାଯାଇଥିବା ଆକ୍ରମଣରୁ ଚିଙ୍ଖିବା ପରେ ସ୍ଥାନୀୟ ପୁଲିସ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି। ପର୍ଯ୍ୟଟକମାନଙ୍କୁ ଉନ୍ନତ ସେବା ଯୋଗାଇବା ନିମନ୍ତେ ଯୋଗାଯୋଗ ଦକ୍ଷତା ଏବଂ ଆତିଥ୍ୟତା ଶିକ୍ଷା ଦେବା ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଓ ଲୋକବଳ ବଢ଼ାଇବାକୁ ପାଣ୍ଠି ଯୋଗାଇବାକୁ ଏଥିରେ ଉଲ୍ଲେଖ କରାଯାଇଛି।

ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇ ଥିବା ଆଗ୍ରା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମିତ ପାଠକ କହନ୍ତି: ଅଧିକ ଦକ୍ଷତାର ସହ ପର୍ଯ୍ୟଟକମାନଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ବିଦେଶୀ ଭାଷା ଶିକ୍ଷା କରିବା ଚିନ୍ତାଧାର ଉତ୍ପନ୍ନ ହୋଇଛି। ଆଗ୍ରା ବିଶ୍ୱବିଦ୍ୟାଳୟର ଭାଷା ବିଭାଗ ସହାୟତାରେ ପୁଲିସମାନଙ୍କୁ ଇଉରୋପୀୟ ଓ ଏସୀୟ ଭାଷା ଶିକ୍ଷା ଦିଆଯିବ। ଏହା ହେବ ଏକ ମୌଳିକ ପାଠ୍ୟକ୍ରମ।

ଯେଉଁ ପୁଲିସମାନେ ଭାଷା ଶିକ୍ଷା କରିବାକୁ ଇଚ୍ଛୁକ ହେବେ ସେମାନଙ୍କୁ ସର୍ବନିମ୍ନ ତିନି ବର୍ଷ ସକାଶ ଟୁରିଜମ୍‌ ପୁଲିସରେ ନିଯୁକ୍ତି ଦିଆଯିବ।

ଆଗ୍ରାର ପ୍ରାୟ ୨୩୦ଟି ସ୍ମାରକୀ ଅଞ୍ଚଳରେ ଦୃଷ୍ଟି ରଖିବା ପାଇଁ ପ୍ରତ୍ୟେକରେ ୬୯ ଜଣ ଲୋକ ଥାଇ ତାଜ୍‌ ମହଲ ଏବଂ ଫତେପୁର ସିକ୍ରିଠାରେ ଦୁଇଟି ଟୁରିଜମ୍‌ ଥାନା ସହ ପ୍ରତ୍ୟେକରେ ୧୬ ଜଣ ଲୋକ ଥାଇ ୪ଟି ଫାଣ୍ଡି ବସାଇବା ପାଇଁ ଆଗ୍ରା ପୁଲିସ ପ୍ରସ୍ତାବ ଦେଇଛି। ଏହି ଥାନାଗୁଡ଼ିକରେ ନିଯୁକ୍ତ ପ୍ରତ୍ୟେକ ପୁଲିସ ଅନ୍ୟୂନ ଗୋଟିଏ ବିଦେଶୀ ଭାଷା ଶିଖିବା ଆବଶ୍ୟକ।

ଟୁରିଜମ୍‌ ଥାନା ଏବଂ ଭାଷା ଶିଖିବାକୁ ପ୍ରୋତ୍ସାହିତ କରିବା ପାଇଁ ପୁଲିସମାନଙ୍କୁ ୫୦% ଅଧିକ ଭତ୍ତା ଦିଆଯିବ। ସେମାନଙ୍କ ୟୁନିଫର୍ମ ଭିନ୍ନ ହେବା ସହ ଏଟିଏସ୍‌, ଏସ୍‌ଟିଏଫ୍‌ ଭଳି ସେମାନଙ୍କୁ ଭିନ୍ନ ସ୍କ୍ଵାଡ୍‌ ବୋଲି ବିବେଚନା କରାଯିବ ଓ ସେମାନଙ୍କୁ ନିୟମିତ ପୁଲିସ ଫୋର୍ସକୁ ବଦଳି କରାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe