ତାଜମହଲରେ ପହଞ୍ଚିଥିବା ଜିଲ୍ଲାପାଳଙ୍କୁ ଚିହ୍ନି ପାରିଲେ ନାହିଁ ଲୋକେ

ପ୍ରାତଃ ଭ୍ରମଣ କରୁକରୁ ଆଗ୍ରାର ଜିଲ୍ଲାପାଳ ଅରବିନ୍ଦ ମଲପ୍ପା ବଙ୍ଗାରି ନିଜ ବାସଭବନରୁ ତାଜମହଲ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଚିହ୍ନି ପାରିଲେ ନାହିଁ ଲୋକେ କ‌ଲେ ଖରାପ ବ୍ୟବହାର।

ମକ


ନୂଆଦିଲ୍ଲୀ: ଆଗ୍ରାର ଜିଲ୍ଲାପାଳ ସୁରକ୍ଷାକର୍ମୀଙ୍କ ବିନା ତାଜମହଲ ପରିଦର୍ଶନ କରିବା ଘଟଣା ଚର୍ଚ୍ଚାରେ ରହିଛି। ତାଜମହଲ ପାର୍କିଂରେ ଥିବା କର୍ମଚାରୀମାନେ ଜିଲ୍ଲାପାଳଙ୍କ ସହିତ ଖରାପ ବ୍ୟବହାର କରିଥିଲେ। ଯେତେବେଳେ ସେମାନେ ଜିଲ୍ଲାପାଳଙ୍କୁ ଚିହ୍ନିଥିଲେ ସେତେବେଳକୁ ଜିଲ୍ଲାପାଳ ସେଠାରୁ ଚାଲି ଆସିଥିଲେ। 

ସୂଚନାଯୋଗ୍ୟ, ପ୍ରାତଃ ଭ୍ରମଣ କରୁକରୁ ଆଗ୍ରାର ଜିଲ୍ଲାପାଳ ଅରବିନ୍ଦ ମଲପ୍ପା ବଙ୍ଗାରି ନିଜ ବାସଭବନରୁ ତାଜମହଲ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ବିନା କୌଣସି ସୂଚନାରେ ତାଜମହଲ ପରିଦର୍ଶନରେ ବାହାରିଥିବା ଜିଲ୍ଲାପାଳ ଯାହାବି କିଛି ବ୍ୟବସ୍ଥା ଦେଖିଥିଲେ ଅସନ୍ତୋଷ ହୋଇଥିଲେ।
ତାଜମହଲ ପହଞ୍ଚିବା ପରେ ଜିଲ୍ଲାପାଳ ଅରବିନ୍ଦ ମଲପ୍ପା ବଙ୍ଗାରି ପ୍ରଥମେ ଦେଖିବାକୁ ପାଇଲେ ଅନଲାଇନ ବୁକିଂ ଝରକା ବନ୍ଦ ଅଛି। ଦ୍ବିତୀୟରେ ସେ ପାର୍କିଂ ଅଭିମୁଖେ ଯିବା ପରେ ସେଠାରେ ଥିବା କର୍ମଚାରୀ ରସିଦ କାଟି କହିଥିଲେ ଯେଉଁଠି ଇଚ୍ଛା ସେଠି ଗାଡ଼ି ରଖିଦିଅନ୍ତୁ। ଯେତେବେଳେ ପାର୍କିଂରେ ଥିବା କର୍ମଚାରୀଙ୍କୁ ତାଙ୍କ ଆଇକାର୍ଡ ଦେଖାଇବାକୁ କହିଥିଲେ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ କହିଥିଲେ, ‘ଦାଦା ତୁମେ ନିଜର କାମକୁ ଗୁରୁତ୍ବ ଦିଅ।’

ଏହାପରେ ଜିଲ୍ଲାପାଳ ପର୍ଯ୍ୟଟକଙ୍କ ସହିତ କଥା ହୋଇଥିଲେ। ଏହି ସମୟରେ ଜଣାପଡ଼ିଥିଲା କି ତାଜମହଲ ସୁରକ୍ଷାଦାୟିତ୍ବରେ ଥିବା କର୍ମଚାରୀମାନେ ପର୍ଯ୍ୟଟକମାନଙ୍କ ସହିତ ଭଲ ବ୍ୟବହାର ଦେଖାଇ ନଥାଆନ୍ତି। ତାଜମହଲ ପରିସରରେ ଥିବା ଶୌଚାଳୟର ସେନସର କାମ କରୁ ନାହିଁ।’

ହଠାତ ତାଜମହଲ ନୀରିକ୍ଷଣରେ ଯାଇ ଯେଉଁ ସବୁ ବ୍ୟବସ୍ଥାରେ ତ୍ରୁଟି ଦେଖିଥିଲେ ଜିଲ୍ଲାପାଳ ଅରବିନ୍ଦ ମଲପ୍ପା ବଙ୍ଗାରି ତୁରନ୍ତ ତାହାକୁ ସଂଶୋଧନ ପାଇଁ ଅଧିକାରୀ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe