ମା’ ଓ ୪ ଭଉଣୀଙ୍କୁ ହତ୍ୟା କରି ଭିଡିଓ କଲା ଆଗ୍ରା ଯୁବକ: ‘ସମ୍ମାନ ବଞ୍ଚାଇବାପାଇଁ ସମସ୍ତଙ୍କୁ ହତ୍ୟାକଲି’

Advertisment

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ଏକ ଭୟଙ୍କର ଘଟଣା ଘଟିଛି। ଅର୍‌ସାଦ ନାମକ ଜଣେ ୨୪ ବର୍ଷୀୟ ବ୍ୟକ୍ତି ନିଜ ମା’ ଏବଂ ୪ ଭଉଣୀଙ୍କୁ ଏକ ହୋଟେଲରେ ହତ୍ୟା କରିଛି।   ହତ୍ୟା କରିବାପରେ ସେ ଏକ ଭିଡିଓ ରେକର୍ଡ କରି କହିଛି...

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ଏକ ଭୟଙ୍କର ଘଟଣା ଘଟିଛି। ଅର୍‌ସାଦ ନାମକ ଜଣେ ୨୪ ବର୍ଷୀୟ ବ୍ୟକ୍ତି ନିଜ ମା’ ଏବଂ ୪ ଭଉଣୀଙ୍କୁ ଏକ ହୋଟେଲରେ ହତ୍ୟା କରିଛି।   ହତ୍ୟା କରିବାପରେ ସେ ଏକ ଭିଡିଓ ରେକର୍ଡ କରି କହିଛି...

sffssfsf

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ଏକ ଭୟଙ୍କର ଘଟଣା ଘଟିଛି। ଅର୍‌ସାଦ ନାମକ ଜଣେ ୨୪ ବର୍ଷୀୟ ବ୍ୟକ୍ତି ନିଜ ମା’ ଏବଂ ୪ ଭଉଣୀଙ୍କୁ ଏକ ହୋଟେଲରେ ହତ୍ୟା କରିଛି।   ହତ୍ୟା କରିବାପରେ ସେ ଏକ ଭିଡିଓ ରେକର୍ଡ କରି କହିଛି ଯେ ନିଜ ପରିବାର ସଦସ୍ୟଙ୍କ ସମ୍ମାନ ବଞ୍ଚାଇବାପାଇଁ ସେ ଏଭଳି କଲା। ଅର୍‌ସାଦର ଅଭିଯୋଗ ଅନୁଯାୟୀ ଆଗ୍ରାରେ ସେମାନଙ୍କ ସମ୍ପତ୍ତି   ପଡ଼ୋଶୀମାନେ ଛଡ଼ାଇ ନେବାପାଇଁ ଉଦ୍ୟମ କରିଥିଲେ ଏବଂ ତାଙ୍କ ୪ ଭଉଣୀଙ୍କୁ ହାଇଦ୍ରାବାଦରେ ବିକି ଦେବାପାଇଁ ଯୋଜନା କରିଥିଲେ।  ତେଣୁ ଏହା ପୂର୍ବରୁ ସେ ସେମାନଙ୍କୁ ମାରିଦେଇ ସେମାନଙ୍କ ସମ୍ମାନ ରଖିଛି।  ଅର୍‌ସାଦ ଏଭଳି ଅଭିଯୋଗ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ  ଭାଇରାଲ୍‌ ହେବାରେ ଲାଗିଛି।  

ଆଗ୍ରାର ଏହି ପରିବାର ଡିସେମ୍ବର ୩୦ ତାରିଖରୁ ହୋଟେଲରେ ରହୁଥିଲେ। ଅର୍‌ସାଦ  ମା’ ଏବଂ ଭଉଣୀମାନଙ୍କୁ ଖାଦ୍ୟରେ ନିଶା ଦେଇ ବେହୋସ କରିବାପରେ ସେମାନଙ୍କ ତଣ୍ଟି ଚିପି ଏବଂ ବ୍ଲେଡ୍‌ରେ ସେମାନଙ୍କ ହାତ କାଟି ହତ୍ୟା କରିଥିଲା।  ମୃତକମାନେ ହେଉଛନ୍ତି ଅର୍‌ସାଦର ମା’ ଆସ୍‌ମା ଏବଂ ତାଙ୍କ ୪ ଭଉଣୀ ଆଲିଆ (୯), ଅଲ୍‌ସିଆ (୧୯), ଅକ୍ଷା (୧୬) ଏବଂ ରହମିନ (୧୮)।  ଅର୍‌ସାଦ କହିଛି, ପଡ଼ୋଶୀଙ୍କ ନିର୍ଯାତନା ପାଇଁ ଆମ ପରିବାର ଏଭଳି ଚରମ ପଦକ୍ଷେପ ନେଲେ। ସେମାନେ ଆମ ଘର ନେଇଗଲେ। କେହି ଆମ କଥା ଶୁଣିଲେନି। ୧୫ ଦିନ ହେଲା ଆମେ ଫୁଟପାଥ୍‌ରେ ରହି ଥଣ୍ଡାରେ ଥରୁଛୁ।  ସେମାନେ ଆମ ଘରକୁ ଅକ୍ତିଆର କରିନେଇଛନ୍ତି।  ନ୍ୟାୟ ପାଇଁ ଆମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛୁ ବୋଲି ସେ କହିଛନ୍ତି।    ଏହି ମୃତ୍ୟୁ ପାଇଁ ଦାୟୀ ଥିବା ଆହୁରି ଅନେକ  ଲୋକଙ୍କ ନାଁ ମଧ୍ୟ ସେ ନେଇଛନ୍ତି। ସେମାନେ ହେଉଛନ୍ତି ଜମି ମାଫିଆ ଏବଂ ସେମାନେ ମଧ୍ୟ ଝିଅମାନଙ୍କୁ ବିକ୍ରି କରିବାରେ ସଂପୃକ୍ତ ଅଛନ୍ତି।  ଅର୍‌ସାଦର ଅଭିଯୋଗ ଅନୁଯାୟୀ ସେମାନେ ତାକୁ ଏବଂ ତାଙ୍କ ବାପାଙ୍କୁ ଏକ ମିଥ୍ୟା ମାମଲାରେ ଫସାଇ ତାଙ୍କ ୪ ଭଉଣୀଙ୍କୁ ବିକି ଦେବାପାଇଁ ଯୋଜନା କରିଛନ୍ତି।  ଉକ୍ତ ପ୍ରସଙ୍ଗରେ କେନ୍ଦ୍ରୀୟ ଲକ୍ଷ୍ନୌ ଡିସିପି ରବୀନା ତ୍ୟାଗୀ କହିଛନ୍ତି, ହୋଟେଲ ଶରଣଜିତରେ ଏହି ହତ୍ୟାକାଣ୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe