କୃଷି ବିଲ୍‌: ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲା ବିଜେଡି

Advertisment
ରାଜ୍ୟରେ ୭୫% ନାମମାତ୍ର ଚାଷୀ

kaliaportal.odisha.gov.in

ନୂଆଦିଲ୍ଲୀ : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛନ୍ତି। ଘୋଷଣାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି। କେନ୍ଦ୍ର ସରକାର ବିଜେଡି ସମେତ ବିରୋଧୀ ଦଳଗୁଡ଼ିକର ଦାବିକୁ ଅଗ୍ରାହ୍ୟ କରି ଗତ ବର୍ଷ ସେପ୍ଟେମ୍ବରରେ ତିନିଟି ବିବାଦୀୟ କୃଷି ବିଲ୍‌କୁ ସଂସଦର ଉଭୟ ଗୃହରେ ଧ୍ବନୀ ମତରେ ପାରିତ କରିଥିଲେ। ବିଲ୍‌ଗୁଡ଼ିକ ଉପରେ ଅଧିକ ତର୍ଜମା ପାଇଁ ଦୁଇଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବ‌ା ପାଇଁ ବିଜେଡି ଦାବି କରିଥିଲା। ବିଲ୍‌ରେ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ସେତେବେଳେ ବିଜେଡି କହିବା ସହ ଏହାକୁ ବି‌ରୋଧ କରିଥିଲା।

ତିନି କୃଷି ଆଇନକୁ ସଂସଦରେ କେନ୍ଦ୍ର ସରକାର ଅନୁମୋଦିତ କରିବାରେ ସଫଳ ହୋଇଥିଲେ ମଧ୍ୟ ଏହାକୁ ଏକାଧିକ ବି‌‌ରୋଧୀ ଦଳ ଲଗାତାର ବିରୋଧ କରି ଆସିଥିଲେ। ବିଜେଡି ବିଭିନ୍ନ ସମୟରେ ଆଲୋଚନାରେ ଭାଗ ନେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ଗୁରୁତ୍ବ ଦେଇଥିଲା। ସ୍ବାମୀନାଥନ ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ ଜୋରଦାର ମତ ଉପସ୍ଥାପନ କରିଥିଲା। ସଂସଦରେ କୃଷି ଆଇନ, ଚାଷୀ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡି ସମାଲୋଚନା କରିବାରେ ପଛେଇନଥିଲା। ତେବେ, ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ସଂସଦ ଭିତରେ ଓ ବାହାରେ ତିନି କୃଷି ବିଲକୁ ବିରୋଧ କରିଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe