Image Courtesy of Zee News
ନୂଆଦିଲ୍ଲୀ: ଆନ୍ଦୋଳନ ଶେଷ କରି ସମସ୍ତ ସମସ୍ୟାର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ସହ କାର୍ଯ୍ୟ କରିବାକୁ ଆଜି କୃଷକମାନଙ୍କୁ ନିବେଦନ କରିବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।
ପ୍ରାପ୍ତ ସୂଚନା ଅନୁସାରେ, କୃଷକମାନଙ୍କ ନିମନ୍ତେ ସରକାରରଙ୍କ ପ୍ରସ୍ତାବ ଏବଂ ‘ଏମ୍ଏସ୍ପି’ ଚାଲୁ ରହିବା ପ୍ରତିଶ୍ରୁତି ସଂକ୍ରାନ୍ତରେ ଆଜି କୃଷିମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିବେ।
 Image Courtesy of India Todayବୁଧବାର ଦିନ ନୂତନ କୃଷି ଆଇନ୍ ସଂଶୋଧନ ନିମନ୍ତେ କେନ୍ଦ୍ରର ଚିଠା ପ୍ରସ୍ତାବକୁ କୃଷକ ନେତାମାନେ ପ୍ରତ୍ୟାଖାନ କରିବା ପରେ ତୋମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଉକ୍ତ ବୈଠକରେ ରେଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍ ମଧ୍ୟ ଉପସ୍ଥିତ ଥିଲେ।
କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର୍ ମଧ୍ୟ ଆଜି କୃଷକମାନଙ୍କ ପ୍ରତି ଟୁଇଟ୍ କରି ଲେଖିଛନ୍ତି, ନୂତନ କୃଷି ଆଇନ୍ ସଂକ୍ରାନ୍ତରେ ପ୍ରସାରିତ ମିଥ୍ୟା ଓ ବିଭ୍ରାନ୍ତିକାର ଖବର ଏବଂ ଗୁଜବର ସରବ୍ୟ ହୁଅନ୍ତୁ ନାହିଁ। ‘ଏପିଏମ୍ସି ମଣ୍ଡି’ ଚାଲୁ ରହିବ। ନୂଆ କୃଷି ଆଇନ୍ ଲାଗୁ ହେଲେ ମଧ୍ୟ କୌଣସି ‘ଏପିଏମ୍ସି ମଣ୍ଡି’ ବନ୍ଦ ହେବନାହିଁ।
ଆନ୍ଦୋଳନରତ କୃଷକମାନେ ଆଜି କୌଶାମ୍ବୀରୁ ଦିଲ୍ଲୀକୁ ପଡ଼ିଥିବା ରାସ୍ତା ଅବରୋଧ କରିଛନ୍ତି। ଫଳ ବଣ୍ଟନ କରୁଥିବା ଏକ ଟ୍ରକ୍କୁ ଜବତ କରାଯାଇଥିବା କଥା କୃଷକମାନେ ଦାବି କରିଛନ୍ତି।
  
 Follow Us