ପୁଲିସ ହୋମଗାର୍ଡଙ୍କୁ ସର୍ବସମ୍ମୁଖରେ ଉଠବସ କରାଇଲେ କୃଷି ଅଧିକାରୀ

Advertisment
ପୁଲିସ ହୋମଗାର୍ଡଙ୍କୁ ସର୍ବସମ୍ମୁଖରେ ଉଠବସ କରାଇଲେ କୃଷି ଅଧିକାରୀ

photo-prabhat khabar

ପାଟନା: ସୋସିଆଲ ମିଡିଆରେ ବିହାରର ଜଣେ ହୋମଗାର୍ଡଙ୍କୁ ରାସ୍ତାରେ ଉଠବସ କରାଯାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ବିହାରର ଆରାରିଆ ଅଂଚଳର ବୋଲି କୁହାଯାଉଛି |ଯେଉଁଥିରେ ଜଣେ ବୟସ୍କ ହୋମଗାର୍ଡ କାନ ଧରି ରାସ୍ତାରେ ଉଠବସ ହେଉଥିବାର ନଜର ଆସିଛନ୍ତି। ସୂଚନାନୁସାରେ, ଆରାରିଆର ଜାହଜୋକିହାଟ ରାସ୍ତାରେ ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡ ଜିଲ୍ଲା କୃଷି ଅଧିକାରୀଙ୍କ କାରକୁ ଅଟକାଇଥିଲେ।

ଏହି କୃଷି ଅଧିକାରୀ, ଏଥିରେ ରାଗିଯାଇ ହୋମଗାର୍ଡଙ୍କୁ ସର୍ବସମ୍ମୁଖରେ ଉଠବସ ହେବାକୁ କହିଥିଲେ | ଏହି ଘଟଣାକୁ ନେଇ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ ସେ ଏସପି ଏବଂ ସେଠାରେ ଥିବା ଅନ୍ୟ ଅଧିକାରୀଙ୍କ ସହ କଥା ହୋଇଛି, ଏହି ସୂଚନା ସରକାରଙ୍କୁ ଦିଆଯାଇଛି। ଅଧିକାରୀଜଣକ ଏପରି କରିବା ଉଚିତ ହୋଇନାହିଁ |


ଅନ୍ୟପଟେ ଏହି ଘଟଣାକୁ ନେଇ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ରାଜ୍ୟରେ ଏବେ ଅଫିସରଙ୍କ ରାଜ ଚାଲିଛି | ହୋମଗାର୍ଡ ତାଙ୍କୁ ଗାଡିର ପାସ୍ ଦେଖାଇବାକୁ କହିଥିଲେ ଓ ଅଫିସର ଜଣକ ତାଙ୍କୁ ଅପମାନିତ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe