ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ସ୍କାମ୍: ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମା ଓ ବାୟୁସେନାର ଚାରି ଅଧିକାରୀଙ୍କ ବିରୋଧରେ ‘ପ୍ରୋଜେକ୍ୟୁସନ୍ ସାଙ୍କ୍‌ସନ୍’ ଲୋଡ଼ିଲା ସିବିଆଇ

Advertisment
ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ସ୍କାମ୍: ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମା ଓ ବାୟୁସେନାର ଚାରି ଅଧିକାରୀଙ୍କ ବିରୋଧରେ ‘ପ୍ରୋଜେକ୍ୟୁସନ୍ ସାଙ୍କ୍‌ସନ୍’ ଲୋଡ଼ିଲା ସିବିଆଇ

Image Courtesy of Hindustan Times

ନୂଆଦିଲ୍ଲୀ: ୩, ୭୨୭ କୋଟି ଟଙ୍କାର ‘ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍‌ ଚପ୍ପର୍‌’ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ପ୍ରତିରକ୍ଷା ସଚିବ ତଥା କମ୍ପ୍‌ଟ୍ରୋଲ୍‌ର୍‌  ଆଣ୍ଡ୍‌ ଅଡିଟର୍ ଜେନେରାଲ୍‌ ଅଫ୍ ଇଣ୍ଡିଆ ଶଶୀକାନ୍ତ ଶର୍ମ, ପୂର୍ବତନ ଏୟାର୍-ଭାଇସ୍‌ ମାର୍ସାଲ୍‌ ଜସ୍‌ବିର୍ ସିଂହ ପାନେସର୍‌, ଏବଂ ବାୟୁସେନାର ଅନ୍ୟ ତିନି ଅଧିକାରୀଙ୍କ ବିରୋଧରେ ‘ପ୍ରୋଜେକ୍ୟୁସନ୍ ସାଙ୍କ୍‌ସନ୍’ ନିମନ୍ତେ ସିବିଆଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା କଥା ବିଶେଷ ସୂତ୍ରରୁ ଜଣାପଡ଼ିଛି।

୧୨ଟି ଭିଭିଆଇପି ହେଲିକପ୍ଟର୍ ଯୋଗାଣ ଚୁକ୍ତି ବିଚାରାଧୀନ ଥିବା ବେଳେ ଏବଂ ଏଥିପାଇଁ ‘ଅପରେସ୍‌ନାଲ୍‌ ରିକ୍ବାରମେଣ୍ଟ୍‌’ (ଓଆର୍‌) ଚୂଡ଼ାନ୍ତ ହେବା ସମୟରେ ଶର୍ମା ପ୍ରତିରକ୍ଷା ମନ୍ତ୍ରାଳୟରେ ଯୁଗ୍ମ ସଚିବ ଥିଲେ। ଫେବ୍ରୁଆରି ୨୦୧୦ରେ ଆଙ୍ଗ୍‌ଲୋ-ଇଟାଲିୟାନ୍ ସଂସ୍ଥାନ ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍‌କୁ କଣ୍ଟ୍ରାକ୍ଟ୍‌ ଦିଆଯାଇଥିଲା। ଏଥିରେ ଅନେକ ଉଲ୍ଲଂଘନ ଓ ଲାଞ୍ଚ କାରବାର ହୋଇଥିବା କୁହାଯାଇ ‘ଉପା’ ଶାସନକାଳରେ ଅନ୍ୟତମ ବୃହତ୍ତମ ବିବାଦ ଭାବେ ଉଭାହୋଇଥିଲା।

publive-image Image Courtesy of The Economic Times

ପରେ ଜୁଲାଇ ୨୦୧୧ରୁ ମେ ୨୦୧୩ ପର୍ଯ୍ୟନ୍ତ ଶର୍ମା ଭାରତର ପ୍ରତିରକ୍ଷା ସଚିବ ଥିଲେ ଏବଂ ତା’ପରେ ୨୦୧୭ପର୍ଯ୍ୟନ୍ତ ସିଏଜି ପଦରେ ଅବସ୍ଥାପିତ ଥିଲେ। ଏହି ମାମଲାରେ ପ୍ରଥମ ଥର ଲାଗି ତାଙ୍କ ନାଁ ଉଠିଛି।

ଏହି ମାମଲାରେ ଇଟାଲୀୟ ଅଦାଲତ ରାୟରେ ବାରମ୍ବାର ‘ଜେଏସ୍ ଏୟାର୍‌’ ଶବ୍ଦ ଉଲ୍ଲେଖ କରାଯାଇଛି। ଏହାର ଅର୍ଥ ‘ଜଏଣ୍ଟ୍‌ ସେକ୍ରେଟେରି (ଏୟାର୍)’। ଜଣେ ସିବିଆଇ ଅଧିକାରୀ ବିଶେଷ କିଛି ତଥ୍ୟ ନ ଦେଇ କେବଳ କହିଛନ୍ତି, ‘ଜେଏସ୍ ଏୟାର୍‌’ ଭାବେ ଶର୍ମା ଗୁରତ୍ବପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରାଳୟ ବୈଠକର ଅଂଶବିଶେଷ ଥିଲେ।

ନାମ ଗୋପନ ରଖିବାକୁ ଅନୁରୋଧ କରି ଅନ୍ୟ ଜଣେ ସିବିଆଇ ଅଧିକାରୀ କହିଛନ୍ତି, ଅଗଷ୍ଟା‌ ୱେଷ୍ଟ୍‌ଲାଣ୍ଡ୍‌ ୧୦୧ ହେଲିକପ୍ଟର୍‌ କିଣା ଓ ପରୀକ୍ଷଣରେ ପାନେସର ଏବଂ ବାୟୁସେନାର ଅନ୍ୟ ତିନି ଅଧିକାରୀ ଡେପୁଟି ଚିଫ୍ ଟେଷ୍ଟ୍‌ ପାଇଲଟ୍‌ ଏସ୍‌ଏ କୁନ୍ତେ, ୱିଙ୍ଗ୍ କମାଣ୍ଡର୍‌ ଟୋମାସ୍ ମାଥ୍ୟୁ ଏବଂ କ୍ୟାପ୍‌ଟେନ୍ ଏନ୍ ସନ୍ତୋଷ ଗୁରୁତ୍ବପୂର୍ଣ୍ଣ ଓ ସନ୍ଦେହଜନକ ଭୂମିକା ନିର୍ବାହ କରିଥିଲେ। ଏମାନଙ୍କ ବିରୋଧରେ ସପ୍ଲିମେଣ୍ଟାରି ଚାର୍ଜ ସିଟ୍‌ ପ୍ରସ୍ତୁତ ହୋଇ ରହିଛି ଏବଂ ସରକାର ସ୍ବୀକୃତି ପ୍ରଦାନ କଲେ ଫାଇଲ୍‌ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe