ଅଯୋଧ୍ୟା ମାମଲା ରାୟ ପ୍ରକାଶ ଆଗରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡ୍‌ପ୍ଲସ୍‌ ସୁରକ୍ଷା

Advertisment
ଅଯୋଧ୍ୟା ମାମଲା ରାୟ ପ୍ରକାଶ ଆଗରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡ୍‌ପ୍ଲସ୍‌ ସୁରକ୍ଷା

Image Source: Zee News

ନୂଆଦିଲ୍ଲୀ: ଶନିବାର ଦିନ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲା ରାୟ ପ୍ରକାଶ ପୂର୍ବରୁ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସୁରକ୍ଷା ଜେଡ୍‌+କୁ ଉନ୍ନିତ କରାଯାଇଛି। ଚଳିତ ନଭେମ୍ବର ମାସ ୧୭ ତାରିଖରେ ସେ ଅବସର ଗ୍ରହଣ କରୁଛନ୍ତି।

ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡ଼େ, ଡିଓ୍ଵାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌ଏ ନାଜୀର। ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୌଜ ଦେଶର ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ଜେଡ୍‌+ ଯୋଗାଇ ଦେଇଥାଏ। ବିଶେଷ କରି ସିଆର୍‌ପିଏଫ୍‌ର ଯବାନମାନେ ଏହି ସୁରକ୍ଷା ଦେଇ ଥାଆନ୍ତି।

ଆଜି ପୂର୍ବାହ୍ନ ୧: ୩୦ ବେଳେ ସୁପ୍ରିମ୍‌ କୋର୍ଟ ରାମ ଜନ୍ମଭୂମୀ-ବାବ୍ରି ମସ୍‌ଜିଦ୍‌ ଜମି ବିବାଦର ରାୟ ଶୁଣାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe