ବଜେଟ୍‌ ଅଧିବେଶନ ପୂର୍ବରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଇଲେ ଲୋକସଭା ବାଚସ୍ପତି

Advertisment
ବଜେଟ୍‌ ଅଧିବେଶନ ପୂର୍ବରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଇଲେ ଲୋକସଭା ବାଚସ୍ପତି

Image Courtesy of HT

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନ ଅବ୍ୟବହିତ ପୂର୍ବରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ଏହି ଅଧିବେସନରେ ସରକାର ଏବଂ ବିରୋଧୀ ତିନ୍‌ ତଲାକ୍‌ ସମେତ ଅନେକ ମାମଲା ଉପରେ ଯୁକ୍ତିତର୍କ କରିବାର ସମ୍ଭାବନା ରହିଛି।

କେନ୍ଦ୍ର ସରକାର ମଧ୍ୟ ରବିବାର ଦିନ ସେହିପରି ଅନ୍ୟ ଏକ ବୈଠକ ଡାକିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଶୀର୍ଷସ୍ତରୀୟ ବିରୋଧୀ ନେତା ବିଭିନ୍ନ ସମସ୍ୟା ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିବେ। ପରେ ଏହି ମାମଲାଗୁଡ଼ିକୁ ସେମାନେ ପାର୍ଲାମେଣ୍ଟ୍‌ ଅଧିବେସନରେ ଉପସ୍ଥାପନ କରିବେ।

ଅଧିବେଶନର ପ୍ରଥମ ଚରଣ ଜାନୁଆରି ୨୯ରୁ ଫେବ୍ରୁଆରି ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ସରକାର ଜାନୁଆରି ୨୯ ତାରିଖ ଦିନ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରିବା ପରେ ଫେବ୍ରୁଆରି ପହିଲା ଦିନ ବଜେଟ୍‌ ଉପସ୍ଥାପନ କରିବେ।

ଅଧିବେଶନର ପରବର୍ତ୍ତୀ ଚରଣ ଅନୁଷ୍ଠିତ ହେବ ମାର୍ଚ ୫ ତାରିଖରୁ ଏପ୍ରିଲ୍‌ ୬ ତାରିଖ ଯାଏଁ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe