ଭାରତର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆଜି ଏକ ନୂଆ ଦଶନ୍ଧି ଆରମ୍ଭ ହେଉଛି : ପ୍ରଧାନମନ୍ତ୍ରୀ ମୋଦୀ

ଭାରତର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆଜି ଏକ ନୂଆ ଦଶନ୍ଧି ଆରମ୍ଭ ହେଉଛି : ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ, ଆଜି ଆରମ୍ଭ ହେଉଥିବା ନୂଆ ଦଶନ୍ଧିର ସଂସଦୀୟ ଅଧିବେଶନ ଭାରତର ଭବିଷ୍ୟତ ଉଜ୍ଜ୍ୱଳ କରିବ।

ଆଜି ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଆଜି ଏ ଦଶନ୍ଧିର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଭାରତର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଏହି ଦଶନ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନ ସାକାର କରିବା ଲାଗି ଦେଶ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି।

publive-image Image Courtesy of The Economic Times

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଏହି ଦଶନ୍ଧିର ପୂର୍ଣ୍ଣ ଉପଯୋଗ ହେବ। ଏକଥା ଧ୍ୟାନରେ ରଖି, ଏହି ଦଶନ୍ଧି ଉପରେ ଆଲୋକପାତ କରାଯାଇ ଏଥରର ଅଧିବେଶନରେ ଆଲୋଚନା କରାଯିବ। ଦେଶ ଏହା ଆଶା କରୁଛି। ମୋର ମନେହୁଏ ଯେ, ଜନତାଙ୍କ ଆକାଙ୍‌କ୍ଷା ପୂରଣ କରିବାରେ ଆମେ ଅବଦାନ ଦେବାରେ ପଛାଇଯାଇ ନାହୁଁ।

ଭାରତର ଅଗ୍ରଗତି ନିମନ୍ତେ ଏହି ଦଶନ୍ଧି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମ ଦେଶର ସ୍ୱାଧୀନତା ନିମନ୍ତେ ସଂଗ୍ରାମ କରିଥିବା ମହାନ୍‌ ବ୍ୟକ୍ତିଙ୍କ ଦୃଷ୍ଟି ଓ ସ୍ୱପ୍ନ କଥା ଆମକୁ ସ୍ମରଣ କରିବାକୁ ପଡ଼ିବ। ସଂସଦରେ ଏ ସଂକ୍ରାନ୍ତରେ ସବିଶେଷ ବିତର୍କ ଓ ଆଲୋଚନା ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe