ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଦୋଷୀମାନଙ୍କୁ ଚିଠି ଲେଖିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଦୋଷୀମାନଙ୍କୁ ଚିଠି ଲେଖିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ପରିବାର ସହ ଶେଷ ସାକ୍ଷାତ ନିମନ୍ତେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଚିଠି ଲେଖିଥିବା ଜଣାପଡ଼ିଛି। ଫାଶୀ ଲାଗି ନିର୍ଦ୍ଧାରିତ ଦିନ ମାର୍ଚ ୩ ତାରିଖ ପୂର୍ବରୁ ସେମାନେ ନିଜ ପରିବାରକୁ ଭେଟି ପାରିବେ ବୋଲି କୁହାଯାଇଛି।

ଚାରି ଦୋଷୀଙ୍କ ମଧ୍ୟରୁ ମୁକେଶ ଓ ପବନ ସେମାନଙ୍କ ପରିବାରର ଲୋକମାନଙ୍କୁ ଭେଟି ସାରିଛନ୍ତି। ଫେବ୍ରୁଆରି ୧ ତାରିଖ ମୃତ୍ୟୁ ପର୍‌ଓ୍ଵାନା ପୂର୍ବରୁ ସେ ଦୁହେଁ ସେମାନଙ୍କ ପରିବାରକୁ ଭେଟିଥିବା କଥା ଜେଲ୍‌ କର୍ତ୍ତୃପକ୍ଷ ଚିଠରେ ଲେଖିଛନ୍ତି।

publive-image Image Source: Sky News

ଅକ୍ଷୟ ଓ ବିନୟ କେବେ ସେମାନଙ୍କ ପରିବାରକୁ ଭେଟିବାକୁ ଚାହାଁନ୍ତି ବୋଲି ତିହାର ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ଚିଠିରେ ପଚାରିଛନ୍ତି। ଏହି ଚିଠି କେବଳ ଦୋଷୀମାନଙ୍କୁ ହିଁ ଲେଖାଯାଇଛି ବୋଲି ଜଣାପଡ଼ିଛି।

publive-image Image Source: Latestly

କଏଦୀମାନେ ସାଧାରଣତଃ ଝରକା ବାଟେ ସେମାନଙ୍କ ପରିବାର ଲୋକମାନଙ୍କୁ ଭେଟନ୍ତି। କିନ୍ତୁ, ନିର୍ଭୟା ଦୋଷୀମାନଙ୍କୁ ସିଧାସଳଖ ସେମାନଙ୍କ ପରିବାର ଲୋକଙ୍କ ସହ ଭେଟ ହେବାକୁ ଅନୁମତି ଦିଆଯିବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଫେବ୍ରୁଆରି ୧୬ ଦିନ ଦୋଷୀ ବିନୟ ଜେଲ୍‌ କାନ୍ଥରେ ମୁଣ୍ଡ ବାଡ଼େଇ ଆହତ ହୋଇଥିଲା। ତେଣୁ ତାଙ୍କ ଉପରେ ଜେଲ୍‌ କର୍ତ୍ତୃପକ୍ଷ କଡ଼ା ଦୃଷ୍ଟି ରଖିଛନ୍ତି। ବିନୟଙ୍କର ଆଚାର ବ୍ୟବହାରେ ଖୁବ୍‌ ପରିବର୍ତ୍ତନ ଦେଖା ଦେଇଥିବା କଥା ଜେଲ୍‌ କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe