ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ; ଭୂମିପୂଜା ଦୀପାବଳି ଭଳି ପାଳିବାକୁ ବିଶ୍ବ ହିନ୍ଦୁ ପରିଷଦ୍‌ର ଯୋଜନା

Advertisment
ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ; ଭୂମିପୂଜା ଦୀପାବଳି ଭଳି ପାଳିବାକୁ ବିଶ୍ବ ହିନ୍ଦୁ ପରିଷଦ୍‌ର ଯୋଜନା

Image Courtesy of Zee News

ଲକ୍ଷ୍ନୌ: ରାମ ଜନ୍ମଭୂମି ପରିସରରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ନିମନ୍ତେ ହେବାକୁ ଥିବା ଭୂମିପୂଜା ପ୍ରସ୍ତୁତିର ସମୀକ୍ଷା କରିବାକୁ ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚିଛନ୍ତି।

ଏଠାରେ ପହଞ୍ଚିବା ପରେ ରାମ ଜନ୍ମଭୂମି ସ୍ଥଳରେ ମୁଖ୍ୟମନ୍ତ୍ରୀ ପ୍ରଭୁ ରାମଙ୍କୁ ପ୍ରାର୍ଥନା କରିଥିଲେ। ରାମ ଜନ୍ମଭୂମିରେ ସେ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କୁ ନୂତନ ଆସନରେ ଅଧିଷ୍ଠିତ କରାଇବେ।

ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନା କରିବାର ସମ୍ଭାବନା ଅଛି ବୋଲି ମନ୍ଦିର ଟ୍ରଷ୍ଟ୍‌ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳ ଦାସ କହିଛନ୍ତି।

publive-image Image Courtesy of Hindustan Times

ଭୂମିପୂଜା ଉତ୍ସବକୁ ଅଯେଧ୍ୟା ତଥା ସମଗ୍ର ଉତ୍ତର ପ୍ରଦେଶରେ ଦୀପାବଳି ଭଳି ପାଳିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ଏବଂ ବିଶ୍ବ ହିନ୍ଦୁ ପରିଷଦ୍ ଯୋଜନା କରିଛନ୍ତି। ସେଦିନ ସନ୍ଧ୍ୟା ବେଳେ ଅଯୋଧ୍ୟାରେ ଥିବା ସବୁ ମନ୍ଦିର ପ୍ରଜ୍ଜ୍ବଳିତ ମାଟି ଦୀପରେ ମଣ୍ଡିତ ହେବ। ଏହାଛଡ଼ା ସମଗ୍ର ରାଜ୍ୟରେ ଜନସାଧାରଣ ସେମାନଙ୍କ ଘର ସମ୍ମୁଖରେ ଦୀପଟିଏ ଜାଳିବାକୁ ବିଶ୍ବ ହିନ୍ଦୁ ପରିଷଦ୍‌ କହିଛି।

ଏଥିନିମନ୍ତେ ବାରାଣସୀରୁ ପାଞ୍ଚଜଣ ପଣ୍ଡିତ ଆସି ଅଯୋଧ୍ୟାରେ ପହଞ୍ଚିବେ। ସେମାନଙ୍କ ତତ୍ତ୍ବାବଧାନରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଲାଗି ଭୂମିପୂଜା କରାଯିବ। ବାରାଣସୀର ଏହି ପାଞ୍ଚଜଣଙ୍କ ମଧ୍ୟରୁ ତିନିଜଣ ଜ୍ୟୋତିଷି ଏବଂ ଦୁଇ ଜଣ ସନ୍ଥ ଅଟନ୍ତି।

ବାବା ବିଶ୍ବନାଥଙ୍କୁ ସ୍ପର୍ଶ କରାଯାଇଥିବା ‘ଜୟ ଶ୍ରୀରାମ’ ଖୋଦେଇ ହୋଇଥିବା ୫ଟି ରୁପା ବେଲପତ୍ର ସାଥୀରେ ଆଣି ସେମାନେ ଅଗଷ୍ଟ ୪ ତାରିଖ ଦିନ ଆସି ଅଯୋଧ୍ୟାରେ ପହଞ୍ଚିବେ। ଭୂମିପୂଜା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe