ଶ୍ରେଣୀଗୃହରେ ବସିଥିବା ବେଳେ ଛାତ୍ରୀଙ୍କ ଶରୀର ପଡ଼ିଗଲା ଥଣ୍ଡା, ହେଲା ମୃତ୍ୟୁ

Advertisment

ଶ୍ରେଣୀଗୃହରେ ବସିଥିବା ବେଳେ ଶିଶୁର ଶରୀର ପଡ଼ିଗଲା ଥଣ୍ଡା । ଚିକିତ୍ସା ପାଇଁ ହସ୍ପିଟାଲ ନେବାପ‌ରେ ଡାକ୍ତର ମୃତ ଘୋଷଣା କଲେ। ଖବର ଶୁଣି ମୁମ୍ବାଇରେ ଥିବା ମୃତ ଶିଶୁର ବାପା ଓ ମା’ ହୋଇଯାଇଛନ୍ତି ସ୍ତବ୍ଧ।

Updated On

ଶ୍ରେଣୀଗୃହରେ ବସିଥିବା ବେଳେ ଶିଶୁର ଶରୀର ପଡ଼ିଗଲା ଥଣ୍ଡା । ଚିକିତ୍ସା ପାଇଁ ହସ୍ପିଟାଲ ନେବାପ‌ରେ ଡାକ୍ତର ମୃତ ଘୋଷଣା କଲେ। ଖବର ଶୁଣି ମୁମ୍ବାଇରେ ଥିବା ମୃତ ଶିଶୁର ବାପା ଓ ମା’ ହୋଇଯାଇଛନ୍ତି ସ୍ତବ୍ଧ।

ଅଦ୍ୟତନ ହୋଇଛି
ପସଦପନଦ


ନୂଆଦିଲ୍ଲୀ: ଅହମ୍ମଦାବାଦର ଜେବର ସ୍କୁଲରେ ୮ବର୍ଷର ଶିଶୁର ସ୍କୁଲରେ ହଠାତ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ଶିଶୁ ଜଣକ ତୃତୀୟ ଶ୍ରେଣୀର ଛାତ୍ରୀ ଥିବା ଜଣାପଡ଼ିଛି। 

ଅଧିକପଢ଼ନ୍ତୁ:କିଛି ଯୁବକ ନାଳରୁ ପାଇଥିବା ମଣିଷ ଖପୁରୀ ସହିତ ଉଠାଇଲେ ଫଟୋ

ଏହି ଦୁଃଖଦ ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରମିଷ୍ଠା ସିଂହ କହିଛନ୍ତି, ‘ସ୍କୁଲ ଆସିବା ସମୟରେ ଶିଶୁର କୌଣସି ଶାରୀରିକ ସମସ୍ୟା ନଥିଲା। ସେ ସବୁଦିନ ପରି ସ୍କୁଲ ଆସିବା ପରେ ଶ୍ରେଣୀଗୃହରେ ଯାଇ ପ୍ରବେଶ କରିଥିଲା। ହଠାତ ତାକୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଶରୀର ଥଣ୍ଡା ପଡ଼ିଯାଇଥିଲା। ସ୍କୁଲ ପ୍ରଶାସନ ଶିଶୁକୁ ତୁରନ୍ତ ସିପିଆର ଦେଇ ହସ୍ପିଟାଲ ନେବା ପାଇଁ  ଆମ୍ବୁଲାନ୍ସ ଡକାଇଥିଲେ। ହସ୍ପିଟାଲ ନେବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥି‌ଲେ। 

ମୃତ ଶିଶୁ ଜଣକ ଅହମ୍ମଦାବାଦରେ ନିଜର ଜେଜେବାପା ଓ ଜେଜେମା’ଙ୍କ ସହିତ ରହୁଥିବା ବେଳେ ତାର ବାପା ଓ ମା’ ମୁମ୍ବାଇରେ ବସବାସ କରନ୍ତି।

ଅଧିକପଢ଼ନ୍ତୁ:ସାଧାରଣ ଲୋକ ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସର ଗ୍ୟାଲେରି: ପ୍ରଭାତୀ

ଶିଶୁର ମୃତ୍ୟୁ ଖବର ପାଇବା ପ‌ରେ ବାପା ଓ ମା’ ତୁରନ୍ତ ମୁମ୍ବାଇରୁ ଅହମ୍ମଦାବାଦରେ ଆସି ପହଞ୍ଚି ସ୍ଥାଣୁ ପାଲଟି ଯାଇଛନ୍ତି। ଶିଶୁ ମୃତ୍ୟୁର ସ୍ପଷ୍ଟ କାରଣ ଜାଣିବା ପାଇଁ ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe