Photo-Find health tips
ଆହ୍ଲାବାଦ: ଜଣେ ସାବାଳିକାଙ୍କର ନିଜ ଜୀବନସାଥୀ ଚୟନ କରିବାର ଅଧିକାର ଅଛି | ଉଭୟ ଜୀବନସାଥୀ ଅଲଗା ଧର୍ମର ହୋଇଥିଲେ ବି ସେମାନଙ୍କୁ ବିରୋଧ କରିବାର ଅଧିକାର କାହାର ବି ନାହିଁ | ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ, ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଧର୍ମ ନିର୍ବିଶେଷରେ ଜଣେ ସାବାଳିକା ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ଅଧିକାର ପାଇଛନ୍ତି। ଏପରି ଦମ୍ପତିଙ୍କ ବିବାହ ସମ୍ପର୍କକୁ ବିରୋଧ କରିବାର କାହାର ଅଧିକାର ନାହିଁ।
ଏହା ସହିତ ଅଦାଲତ ଦମ୍ପତ୍ତିଙ୍କ ଦାମ୍ପତ୍ୟ ଜୀବନରେ ହସ୍ତକ୍ଷେପ କରିବାକୁ ବାରଣ କରିଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେମାନଙ୍କ ପିତାମାତା ମଧ୍ୟ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଏମ.କେ ଗୁପ୍ତା ଏବଂ ଜଷ୍ଟିସ ଦୀପକ ବର୍ମାଙ୍କ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି |
ସୂଚନା ମୁତବକ ଶିଫା ହାସନ ନାମକ ଜଣେ ମୁସଲମାନ ସାବାଳିକା ଜଣେ ହିନ୍ଦୁ ସାବାଳକଙ୍କୁ ବିବାହ କରିଛନ୍ତି ଏବଂ ଗୋରଖପୁରର ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ମୁସଲମାନରୁ ହିନ୍ଦୁ ଧର୍ମକୁ ପରିବର୍ତ୍ତନ କରିବାକୁ ଅନୁମତି ମାଗିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ପୁଲିସ ଷ୍ଟେସନରୁ ରିପୋର୍ଟ ମାଗିଛନ୍ତି। ପୁଲିସ ରିପୋର୍ଟ ଅନୁଯାୟୀ, ପୁଅର ବାପା ଏହି ବିବାହ ପାଇଁ ପ୍ରସ୍ତୁତ ନୁହଁନ୍ତି କିନ୍ତୁ ମାଆ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି | ଝିଅର ପିତାମାତା ଏଥିରେ ସହମତ ନୁହଁନ୍ତି। ଜୀବନ ପ୍ରତି ବିପଦ ଦେଖି ଏହି ଦମ୍ପତ୍ତି ହାଇକୋର୍ଟରେ ଆଶ୍ରୟ ନେଇ ସୁରକ୍ଷା ଲୋଡିଛନ୍ତି।
Follow Us