ନୂଆଦିଲ୍ଲୀ: ଗୁରୁବାର ଜୁନ୍ ୧୨ ତାରିଖ ଅପରାହ୍ନରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ମୋଟ ୨୪୨ ଜଣଙ୍କ ମଧ୍ୟରୁ ୧୬୯ ଜଣ ଏହି ବିମାନରେ ଭାରତୀୟ ଥିଲେ। ଏହି ବିମାନରେ ଦୁଇଜଣ ପାଇଲଟ୍ ଏବଂ ୧୦ ଜଣ କ୍ରୁ ସଦସ୍ୟ ମଧ୍ୟ ଯାତ୍ରା କରୁଥିଲେ।
ଏହି ଦୁର୍ଘଟଣାକୁ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, "ପ୍ରାଥମିକ ସୂଚନା ଅନୁଯାୟୀ, ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଡାକ୍ତରଙ୍କ ହଷ୍ଟେଲକୁ ଧକ୍କା ଦେଇ ଧ୍ବଂସ ହୋଇଯାଇଛି। ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୁଜୁରାଟର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୁଜୁରାଟର ସିଭିଲ୍ ହସ୍ପିଟାଲରେ ପହଞ୍ଚିଥିବା ରମିଲା ବେନ୍ ନାମକ ଜଣେ ମହିଳା ଭୟଭୀତ ଅବସ୍ଥାରେ କାନ୍ଦିକାନ୍ଦି କହିଛନ୍ତି, ମୋର ପୁଅ ରହୁଥିବା ହଷ୍ଟେଲ ଉପରେ ହିଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ମୋ ପୁଅର କିଛି ହୋଇନାହିଁ।
ମୁଁ ତା' ସହିତ କଥା ହୋଇଛି। ମୋ ପୁଅକୁ ଦେଖିବା ପାଇଁ ମୋତେ ହସ୍ପିଟାଲ ଯିବାକୁ ପଡିବ। ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ମୋ ପୁଅ ଜୀବନବିକଳରେ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଥିଲା, ତେଣୁ ତାର ଶରୀରରେ ସାମାନ୍ୟ ଆଘାତ ଲାଗିଛି ବୋଲି ସେ ମୋ ସହିତ ଫୋନରେ କଥା ହେବା ସମୟରେ କହିଥିଲା।’
Follow Us