ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଥାଆନ୍ତା ୨ହଜାର ‌ଲୋକଙ୍କ ଜୀବନ; ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଏଡାଇଦେଲା ବଡ଼ ଦୁର୍ଘଟଣା

ଶେଷ ମୁହୂର୍ତ୍ତରେ ପାଇଲଟ ଆଗକୁ କିଛି ବି ଅଘଟଣ ଘଟିପାରେ ଜାଣିପାରି ହଷ୍ଟେଲ ଅଭିମୁଖେ ବିମାନକୁ ଉଡ଼ାଇ ନେଇଥିଲେ।  ଯାହା ଦ୍ୱାରା ଏକ ବଡ଼ ଦୁର୍ଘଟଣାକୁ ସେ ଏଡାଇ ଦେଇଥିଲେ। ସେ ଭୟାବହ ଦୁର୍ଘଟଣାକୁ  ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର।

ାୗାୗଂହ୯ଂ

ନୂଆଦିଲ୍ଲୀ: ଜୁନ୍ ୧୨ ଗୁରୁବାର ଅପରାହ୍ନରେ ଅହମଦାବାଦର ମେଘାନି ନଗର ଅଞ୍ଚଳରେ କେହିକିଛି ବୁଝିବା ପୂର୍ବରୁ ହଠାତ୍ ଏୟାର ଇଣ୍ଡିଆର ବିମାନ ଏଆଇ ୧୭୧ ବିସ୍ଫୋରଣ ହୋଇଥିଲା।  

ଏହି ଦୁର୍ଘଟଣାରେ ବିମାନରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କ ଥିଲେ। ଅର୍ଥାତ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ପରିସ୍ଥିତି ଏତେ ଭୟାବହ ରହିଛି କି ଘଟଣାସ୍ଥଳରୁ ମୃତକଙ୍କ ଶବ ଉଦ୍ଧାର କରାଯାଇ ପାରୁ ନାହିଁ କି ଚିହ୍ନଟ କରାଯାଉନାହିଁ।ତଥାପି ଯାଞ୍ଚ ଅଧିକାରୀ ଓ ଉଦ୍ଧାରକାରୀ ଦଳର କର୍ମଚାରୀମାନେ ଯଥାସମ୍ଭବ ଚେଷ୍ଟା ଜାରି ରଖିଛନ୍ତି। 

ଏୟାର ଇଣ୍ଡିଆର ବିମାନ ବିସ୍ଫୋରଣକୁ ନେଇ ଦୁର୍ଘଟଣା ଘଟିଥିବାସ୍ଥାନରୁ କିଛି ଦୂର‌ରେ କ୍ରିକେଟ ଖେଳୁଥିବା କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ' ସାଙ୍ଗମାନଙ୍କ ସହ ପଡ଼ିଆରେ କ୍ରିକେଟ ଖେଳୁଥିବା ବେଳେ ହଠାତ ଆମ ଉପର ଦେଇ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନ ଯାଇଥିଲା। ଏହା ସାଧାରଣତଃ ବିମାନଗୁଡ଼ିକ ଉଡ଼ୁଥିବା ଉଚ୍ଚତାଠାରୁ ବହୁତ କମ୍ ଥିଲା। ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ।

କିଛି ବୁଝିବା ପୂର୍ବରୁ ବିମାନଟି ମେଡିକାଲ କଲେଜ ହ‌ଷ୍ଟେଲରେ ଧକ୍କା ହୋଇ ଚଳିଯାଇଥିଲା। ମେଡିକାଲ କଲେଜ ଉପରେ ନପଡ଼ି ବିମାନଟି କିଛି ଦୂରକୁ ଯାଇ ଯଦି ବିସ୍ଫୋରଣ ହୋଇଥାଆନ୍ତା ତେବେ ପାଖାପାଖି ସେଠାରେ ବସବାସ କରୁଥିବା କଲୋନୀର ୧୫୦୦ରୁ ୨୦୦୦ଲୋକ ପ୍ରାଣ ହରାଇଥାଆନ୍ତେ। ସମଗ୍ର କଲୋନୀ ଧ୍ୱଂସ ହୋଇଯାଇଥାନ୍ତା। 

ଶେଷ ମୁହୂର୍ତ୍ତରେ ପାଇଲଟ ଆଗକୁ କିଛି ବି ଅଘଟଣ ଘଟିପାରେ ଜାଣିପାରି ହଷ୍ଟେଲ ଅଭିମୁଖେ ବିମାନକୁ ଉଡ଼ାଇ ନେଇଥିଲେ।  ଯାହା ଦ୍ୱାରା ଏକ ବଡ଼ ଦୁର୍ଘଟଣାକୁ ସେ ଏଡାଇ ଦେଇଥିଲେ। ସେ ଭୟାବହ ଦୁର୍ଘଟଣାକୁ  ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। କିନ୍ତୁ ଦାବିର ସହ କୁହାଯାଇପାରେ ପାଇଲଟ ବିମାନଟିକୁ ଉଡ଼ାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ଜନବସତିପୂର୍ଣ୍ଣ ସ୍ଥାନରେ ବିମାନଟି ଯେମିତି ଖସି ନପଡ଼ୁ ସେଥିପାଇଁ ସେ ତାଙ୍କ ଉପସ୍ଥିତ ବୁଦ୍ଧି ଖଟାଇଥି‌ଲେ। ଫଳସ୍ବରୂପ ବିମାନଟି ମେଡିକାଲ କଲେଜ ହଷ୍ଟେଲରେ ଯାଇ ମାଡ଼ ହୋଇ ବିସ୍ଫୋରଣ ‌ହୋଇଯାଇଥିଲା।  

ଏହି ବିମାନ ଧକ୍କା ହେବା ମାତ୍ରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ଆକାଶରେ ଏକ ବଡ଼ ଅଗ୍ନି ପିଣ୍ଡ ଉଠିବାର ଦେଖିବାକୁ ମିଳିଥିଲା । କିଛିସମୟ ପାଇଁ ସ୍ବବ୍ଧ ହୋଇଯାଇଥିଲା ସ୍ଥାନୀୟଅଞ୍ଚଳ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe