ଅହମ୍ମଦାବାଦ ବିମାନ ବନ୍ଦରରେ ବୋମା ଥିବା ନେଇ ମିଥ୍ୟା ଫୋନ୍‌ କଲ୍‌ ମିଳିବା ପରେ ଆତଙ୍କ

Advertisment
ଅହମ୍ମଦାବାଦ ବିମାନ ବନ୍ଦରରେ ବୋମା ଥିବା ନେଇ ମିଥ୍ୟା ଫୋନ୍‌ କଲ୍‌ ମିଳିବା ପରେ ଆତଙ୍କ

ଅହମ୍ମଦାବାଦ/ ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ବନ୍ଦରରେ କିଛି ଆତଙ୍କବାଦୀ ବୋମା ଖଞ୍ଜିଛନ୍ତି ବୋଲି ଆଜି (ରବିବାର) ପ୍ରତ୍ୟୁଷରେ ଏକ ମିଥ୍ୟା ଫୋନ୍‌କଲ୍‌ ମିଳିବା ପରେ ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଥିଲା। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଆଜି ପ୍ରତ୍ୟୁଷରେ ଜଣେ ଅଜ୍ଞାତ ବ୍ୟକ୍ତି ଅହମ୍ମଦାବାଦ ବିମାନ ବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କୁ ଫୋନ୍‌ କରି କିଛି ଅଜ୍ଞାତ ଆତଙ୍କବାଦୀ ବିମାନବନ୍ଦରର ଟର୍ମିନାଲ ୨ରେ ବୋମା ଖଞ୍ଜିଥିବା ନେଇ ସୂଚନା ଦେଇଥିଲେ। ଏହି ସୂଚନା ମିଳିବା ପରେ ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଥିଲା। ଫଳରେ କିଛି ସମୟ ପାଇଁ ବିମାନ ବନ୍ଦରକୁ ସିଲ୍‌ କରିଦିଆ ଯିବା ସହ ସୁରକ୍ଷା କର୍ମୀଙ୍କ ଦ୍ୱାରା ତନ୍ନତନ୍ନ କରି ଯାଞ୍ଚ କରା ଯାଇଥିଲା। ତେବେ, ଯାଞ୍ଚ ପରେ କୌଣସି ବୋମା ମିଳି ନଥିଲା। ପରେ ଆସିଥିବା ଫୋନ୍‌ କଲ୍‌ଟି ଏକ ମିଥ୍ୟା କଲ ଥିବା ଜଣା ପଡ଼ିବା ପରେ ବିମାନ ବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe