ଟାଇମ୍ ମାଗାଜିନରେ ବିଶ୍ବର ଶ୍ରେଷ୍ଠ ସ୍ଥାନ ତାଲିକାରେ ଅହମଦାବାଦ ଓ କେରଳ

Advertisment
ଟାଇମ୍ ମାଗାଜିନରେ ବିଶ୍ବର ଶ୍ରେଷ୍ଠ ସ୍ଥାନ ତାଲିକାରେ ଅହମଦାବାଦ ଓ କେରଳ

Curly Tales

ଅହମଦାବାଦ: ଟାଇମ୍ ମାଗାଜିନ୍‌ରେ ୨୦୨୨ ମସିହା ପର୍ଯ୍ୟଟନ ପାଇଁ ବିଶ୍ବର ‌୫୦ଟି ଶ୍ରେଷ୍ଠ ସ୍ଥାନର ତାଲିକା ପ୍ରକାଶ ପାଇଛି। ସେଥିରେ ସ୍ଥାନ ପାଇଛି ଭାରତ କେରଳ ଓ ଅହମଦାବାଦ। ଏଥିରେ କୁହାଯାଇଛି ଭାରତର ପ୍ରଥମ ୟୁନେସ୍କୋ ବିଶ୍ବ ଐତିହ୍ୟ ନଗରୀ ହେଉଛି ଅହମଦାବାଦ। ଉଭୟ ପ୍ରାଚୀନ ଭୂରୂପ ଏବଂ ନବୀନ ନବୋଦ୍ଭାବନର ସମ୍ମିଶ୍ରଣ ଏହାକୁ ସାଂସ୍କୃତିକ ପର୍ଯ୍ୟଟନର ମକ୍କାରେ ପରିଣତ କରିଛି। ସାବରମତି ନଦୀତଟରେ ୩୬ ଏକର ଜମିରେ ଅବସ୍ଥିତ ଶାନ୍ତ ବାତାବରଣର ଗାନ୍ଧୀ ଆଶ୍ରମଠାରୁ ଆରମ୍ଭ କରି ନବରାତ୍ରିର ଭବ୍ୟ ସମାରୋହ ସହ ନଅଦିନବ୍ୟାପୀ ବିଶ୍ବର ଦୀର୍ଘତମ ନୃତ୍ୟୋତ୍ସବ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ଅହମଦାବାଦ ସାଇନ୍ସ ସିଟିର ନୂଆ ଆକ୍ବାରିୟମ୍‌ରେ ସାରା ବିଶ୍ବର ବିଭିନ୍ନ ସ୍ଥାନର ଜଳଜୀବ ଅଛନ୍ତି। ଭାରତର ଦକ୍ଷିଣ ଉପକୂଳରେ କେରଳ ଏକ ମନୋରମ ରାଜ୍ୟ। ଏହାର ଦର୍ଶନୀୟ ସାଗରସୈକତ, ବ୍ୟାକ୍‌ୱାଟର (ଅପ୍ରବାହୀ ଜଳରାଶି), ମନ୍ଦିର ଓ ପ୍ରସାଦଗୁଡ଼ିକ ଅତ୍ୟନ୍ତ ମନୋମୋହକର। ବାସ୍ତବରେ ଭାରତକୁ ଈଶ୍ବରଙ୍କ ନିବାସଭୂମି ଯଥାର୍ଥରେ କୁହାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe