ପ୍ରେମିକାକୁ ହରାଇବାର ଦୁଃଖକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଟ୍ରୋଲ ହେଉଛନ୍ତି ମ‌ଡେଲ

27a61594-f0e6-4038-a663-9451abf81a82

ନୂଆଦିଲ୍ଲୀ: ଅହମଦାବାଦ ଏଆଇ୧୭୧ ବିମାନ ଉଡ଼ିବା ଆରମ୍ଭ କରି ଭୟାବହ ଦୁର୍ଘଟଣାର ଶିକାର ହେବାର ଦୁଃଖଦ ଘଟଣା ସାରା ଦେଶକୁ ଥରାଇ ଦେଇଛି। ଏହି ଦୁର୍ଘଟଣାରେ ୨୪୧ଜଣ ବିମାନ ଯାତ୍ରୀ ପ୍ରାଣ ହରାଇ ଦେଇଥିବା ବେଳେ ଏଯାବତ କିଛି ଯାତ୍ରୀଙ୍କ ମୃତଦେହ ଚିହ୍ନଟ ହୋଇପାରି ନାହିଁ। 

ମୃତକଙ୍କ ମଧ୍ୟରେ ୧୨ଜଣ ଏୟାର ହଷ୍ଟେସ ବି ସାମିଲ ଥିଲେ। ଏହି ଏୟାର ହଷ୍ଟେସଙ୍କ ମଧ୍ୟରୁ ମନୀଷା ଥାପ୍ପା ଥିଲେ ମଡେଲ ସାଗରଙ୍କ ପ୍ରେମିକା । ସାଗର ମନୀଷାଙ୍କୁ ଅହମଦାବାଦ ବିମାନ ଦୁର୍ଘଟଣାରେ ହରାଇ ଦେଇଛନ୍ତି। 
ସାଗର ମନୀଷାଙ୍କୁ ମନେ ପକାଇ କିଛି ଭାବପ୍ରବଣ କାହାଣୀ ସୋସିଆଲ ମିଡିଆରେ ସେୟାର କରିଥିଲେ, ଲୋକମାନେ ସହାନୁଭୂତି ଦେଖାଇଥିଲେ। ସମସ୍ତେ ତାଙ୍କ ଦୁଃଖକୁ ବୁଝିବାକୁ ଚେଷ୍ଟା କରୁଥିଲେ। 

ଏହାରି ଭିତରେ ସାଗର ଇନଷ୍ଟାଗ୍ରାମରେ ଏକ ବ୍ଲୁ ଟିକ୍ କିଣିଥିଲେ, ଭାବପ୍ରବଣ ରିଲ୍ ଏବଂ କାହାଣୀ ଲଗାତାର ପୋଷ୍ଟ କରିବା ଆରମ୍ଭ କରିଥିଲେ। ଯଦ୍ବାରା ତାଙ୍କର ଫଲୋଅର୍ସ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା।

ତେବେ ଯେଉଁମାନେ ସାଗରଙ୍କ ଦୁଃଖରେ ଦୁଃଖୀ ହୋଇଥିଲେ ସେମାନେ ହଠାତ ମଡେଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। 

ଲୋକେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ସାର ଆମେ ଭାବୁଥିଲୁ ଆପଣ ଆପଣଙ୍କ ପ୍ରେମିକାଙ୍କୁ ଖୁବ ଭଲ ପାଉଥିଲେ, କିନ୍ତୁ ଏବେ ଏହା ପ୍ରସିଦ୍ଧି ଅର୍ଜନ କରିବାର ପ୍ରୟାସ ପରି ମନେ ହେଉଛି। 

ଏପରି ସମୟରେ ସୋସିଆଲ ମିଡିଆ କିଏ ବ୍ୟବହାର କରେ? ବ୍ଲୁ ଟିକ୍ କିଏ କିଣେ?" ଯଦି ତୁମେ ଏତେ କଷ୍ଟ ପାଉଛ, ତେବେ ତୁମର ଆକାଉଣ୍ଟକୁ ପ୍ରାଇଭେଟ୍ କରିଦିଅ। ଘରେ ବସି କାନ୍ଦ। ଏହାକୁ ଲୋକଙ୍କୁ ଦେଖାଇବାର ଉଦ୍ଦେଶ୍ୟ କ’ଣ ରହିଛି?

ଆପଣଙ୍କ ସ୍ବଭାବ ଦେଖି ଲାଗୁଛି ଏହା ଦୁଃଖ ନୁହେଁ ବରଂ ଡିଜିଟାଲ ଅଭିନୟ। ଦୁଃଖର ଆବରଣରେ ଲୋକପ୍ରିୟତା ହାସଲ କରିବା ଲଜ୍ଜାଜନକ। 

ଏହି ସମସ୍ତ ଆଲୋଚନା ଓ ସମାଲୋଚନାକୁ ନେଇ ସାଗର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe