Advertisment

ଏହି ଦୁଃଖଦ ଦୁର୍ଘଟଣା ପୁଣି ସେ ପୁରୁଣା ଭୟାବହ ଘଟଣାକୁ ମନେ ପକାଇ ଦେଇଛି; ପୂର୍ବତନ ମେୟର

Advertisment

ଚଭନ ୩୨ ବର୍ଷ ପୂର୍ବେ ଘଟିଥିବା ଏକ ଭୟଙ୍କର ବିମାନ ଦୁର୍ଘଟଣାକୁ  ମନେ ପକାଇ କହିଛନ୍ତି,‘ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରି ୧୯୯୩ ଏପ୍ରିଲ ୨୬ ତାରିଖ‌ରେ ଔରଙ୍ଗାବାଦ-ମୁମ୍ବାଇ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଚଭନ ୩୨ ବର୍ଷ ପୂର୍ବେ ଘଟିଥିବା ଏକ ଭୟଙ୍କର ବିମାନ ଦୁର୍ଘଟଣାକୁ  ମନେ ପକାଇ କହିଛନ୍ତି,‘ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରି ୧୯୯୩ ଏପ୍ରିଲ ୨୬ ତାରିଖ‌ରେ ଔରଙ୍ଗାବାଦ-ମୁମ୍ବାଇ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପତସପଦସଦପନ

ନୂଆଦିଲ୍ଲୀ: ଗୁରୁବାର ଜୁନ ୧୨ତାରିଖ ଦିନ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। 

ଏହି ଦୁଃଖଦ ଦୁର୍ଘଟଣା ପରେ ମହାରାଷ୍ଟ୍ରର ପରଭାନୀର ବାସିନ୍ଦା ଏବଂ ପୂର୍ବତନ ମେୟର ବସନ୍ତ ଚଭନଙ୍କୁ  ଏକ ପୁରୁଣା ଭୟବହ ଘଟଣା ପୁଣି ମନେ ପକାଇ ଦେଇଛି। ଯେଉଁ ଘଟଣାରୁ ବସନ୍ତ ଦ୍ବିତୀୟ ଜନ୍ମ ପାଇ ଫେରିଥିବା କଥା ସବୁବେ‌ଳେ ଆଲୋଚନା ପ୍ରସଙ୍ଗରେ କହି ଆସିଛନ୍ତି। 

ଚଭନ ୩୨ ବର୍ଷ ପୂର୍ବେ ଘଟିଥିବା ଏକ ଭୟଙ୍କର ବିମାନ ଦୁର୍ଘଟଣାକୁ  ମନେ ପକାଇ କହିଛନ୍ତି,‘ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରି ୧୯୯୩ ଏପ୍ରିଲ ୨୬ ତାରିଖ‌ରେ ଔରଙ୍ଗାବାଦ-ମୁମ୍ବାଇ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ  ବିମାନରେ ବସିଥିବା ୧୧୨ ଜଣଙ୍କ ମଧ୍ୟରୁ ମୋଟ ୫୫ ଜଣଙ୍କ ଜୀବନ ଘଟଣାସ୍ଥଳରେ ଚାଲି ଯାଇଥିଲା। 

ଦୁର୍ଘଟଣା ସମୟରେ ମୁଁ ବି ବିମାନରେ ଉପସ୍ଥିତ ଥିଲି। ବିମାନର  କକପିଟ୍ ପାଖରେ ବସିଥିଲି। ବିମାନର ପଛପାର୍ଶ୍ବ ଅର୍ଥାତ ଯେଉଁଠାରେ ଇନ୍ଧନ ଟାଙ୍କି ଥିଲା ସେଥିରେ ନିଆଁ ଲାଗିଯାଇଥିଲା। କକପିଟ୍ ପାଖରେ ବସିବାକୁ ନିଷ୍ପତ୍ତି ନେଇଥିବାରୁ ‌ମୋର ଜୀବନ ବଞ୍ଚିଯାଇଥିଲା। ମୁଁ ଦ୍ବିତୀୟ ଜନ୍ମ ନେଇ ଦୁର୍ଘଟଣାସ୍ଥଳରୁ ଫେରି ଆସିଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe