ଘଟଣାସ୍ଥଳ ବୁଲି ଦେଖିବା ପରେ ହସ୍ପିଟାଲ୍‌ ଯାଇ ଆହତଙ୍କୁ ଭେଟିଲେ ମୋଦୀ

Advertisment

ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ୧୭୧ ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏଥିରେ ଅନେକ ଲୋକ ଆହତ ବି ହୋଇଛନ୍ତି। 

ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ୧୭୧ ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏଥିରେ ଅନେକ ଲୋକ ଆହତ ବି ହୋଇଛନ୍ତି। 

ିୂଚ,

ଅହମ୍ମଦାବାଦ୍‌: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ୧୭୧ ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏଥିରେ ଅନେକ ଲୋକ ଆହତ ବି ହୋଇଛନ୍ତି। 

 ବିମାନଟି ଅହମ୍ମଦାବାଦର ଏକ ରେସିଡେନ୍‌ସିଆଲ୍‌ ଡାକ୍ତରୀ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାପରେ ବଡ଼ ଧରଣର କ୍ଷତି ହୋଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରି ସେ "ସ୍ତବ୍ଧ ଏବଂ ଦୁଃଖିତ" ବୋଲି କହିଛନ୍ତି। ଖାଲି ସେଥିକି ନୁହେଁ;‌ ମୋଦୀ ମଧ୍ୟ ଘଟଣାସ୍ଥଳ ବୁଲିକି ଦେଖିଛନ୍ତି। ମୋଦୀ ପ୍ରଥମେ ଘଟଣାସ୍ଥଳ ବୁଲି ଦେଖିବା ପରେ ଅହମ୍ମଦାବାଦ୍‌ ହସ୍ପିଟାଲ୍‌ ଯାଇ ଆହତମାନଙ୍କୁ ଭେଟିଛନ୍ତି।

ଏୟାରଲାଇନ୍ସ, ଏକ୍ସରେ  ଏକ ପୋଷ୍ଟରେ ନିଶ୍ଚିତ କରିଛି ଯେ ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରୁ କେବଳ ଜଣେ ଚମତ୍କାର ଭାବରେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଛି। ଲଣ୍ଡନ ଯାଉଥିବା ବିମାନଟି ଉଡ଼ାଣ ସମୟରେ ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe