ଅହମଦାବାଦ: ବିମାନ ଦୁର୍ଘଟଣାରେ ଦେଖିବାକୁ ମିଳିଛି ଚମତ୍କାରିତା । ଉଡାଣ ପରେ ପରେ ଯେଉଁଠି ବିମାନକୁ ମୃତ୍ୟୁ କବଳିତ କରିନେଇଥିଲା ଆଉ ସମସ୍ତଙ୍କୁ ନିଜ ଫାଶରେ ବାନ୍ଧି ଦେଇଥିଲା । ସେହି ମୃତ୍ୟୁ ଫାଶ ଫିଟାଇ ନିଜ ଜୀବନକୁ ନେଇ ମୁକୁଳି ଆସିଛନ୍ତି ଜଣେ ଯାତ୍ରୀ । ମୃତ୍ୟୁର ବିମାନ ଭିତରୁ ସାହସର ସହ ଡେଇଁ ପଡ଼ିବାକୁ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ ।
ଅଧିକ ପଢନ୍ତୁ-
ଅହମଦାବାଦରୁ ଲଣ୍ଡନ, ଅଧା ଆକାଶରେ ଉଡ଼ିଗଲା ଜୀବନ
ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇଏ କେବଳ ଜଣେ ହିଁ ଯାତ୍ରୀ ଯିଏ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୧୧-ଏ ସିଟରେ ବସିଥିବା ଯାତ୍ରୀ ରମେଶ ବିଶ୍ବାସ କୁମାର ବିମାନରୁ ଡେଇଁ ପଡିବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତଳେ ପଡିବା ପରେ ତାଙ୍କ ଛାତି ଓ ଆଖିରେ ଯଦିଓ ଗଭୀର ଆଘାତ ଲାଗିଛି ମାତ୍ର ସେ ଭଲରେ ଚାଲି ଚାଲି ଯାଉଥିବା ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।
A 38-year-old, who was seated on 11A, is now reportedly the lone survivor of the Air India plane crash. The person has been identified as Ramesh Viswashkumar. According to reports, he jumped out of the emergency exit.#AirIndia #PlaneCrash #Viral #ViralVideo pic.twitter.com/VVve7DtGse
— India Today NE (@IndiaTodayNE) June 12, 2025
ରମେଶ ବିଶ୍ବାସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବଖାଣିଛନ୍ତି ବିମାନ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ । ୩୮ ବର୍ଷୀୟ ଯୁବକ ରମେଶ କହିଛନ୍ତି- ଉଡ଼ାଣ ଆରମ୍ଭ ହେବାର ପ୍ରାୟ ୩୦ ସେକେଣ୍ଡ ପରେ ପ୍ରଚଣ୍ଡ ଶବ୍ଦ ଶୁଭିଲା ପରେ ବିମାନଟି ଆକାଶରୁ ଖସି ମାଟିରେ ପଡିଥିଲା । ଶବ୍ଦ ପରେ ଆଘାତ ଏତେ ଜୋରରେ ହେଲା ଯେ କିଛି ବୁଝି ହେଲାନି । ସବୁକିଛି କେଇ ସେକେଣ୍ଡ ଭିତରେ ଘଟିଗଲା । ମୁଁ କିଛି ଜାଣିବା ଆଗରୁ ମୋ ଆଗରେ କୁଢ କୁଢ ଶବ ସବୁ ଗଦା ହୋଇଥିଲା । ମୁଁ ମୃତଦେହ ଦେଖି ଡରିଗଲି ଆଉ କିଛି ବୁଝିବା ଆଗରୁ ଉଠିଲି ଏବଂ ଧାଇଁଲି ବୋଲି ବିଶ୍ୱାସ କହିଛନ୍ତି ।
ଅଧିକ ପଢନ୍ତୁ-
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ