ପୁଣି ନାମ ବଦଳ ରାଜନୀତି : ଅହମ୍ମଦନଗରର ନାଁ ବଦଳି ଅହଲ୍ୟା ନଗର ହେବ

Advertisment
ସଲମାନଙ୍କୁ ଭେଟିବାକୁ ତାଙ୍କ ଘରକୁ ଗଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

Image Courtesy of The Economic Times

ମୁମ୍ବାଇ : ମହାରାଷ୍ଟ୍ରର ଆଉ ଏକ ସହରର ନାମ ବଦଳିବ । ଅହମ୍ମଦନଗରର ନାଁ ବଦଳି ହେବ ଅହଲ୍ୟା ନଗର । ଏକଥା ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ଦୀର୍ଘ ଦିନ ଧରି ଏହି ସହରର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଥିଲା। ଏବେ ପ୍ରତୀକ୍ଷାର ଅନ୍ତ ଘଟିଛି। ଡିସେମ୍ବର ୨୦୨୨ରେ ଶିକ୍ଷାମନ୍ତ୍ରୀ ଦୀପକ କେସରକର ବିଧାନ ପରିଷଦକୁ କହିଥିଲେ ଯେ ସେ ମହାରାଷ୍ଟ୍ରର ଏହି ଜିଲ୍ଲାର ନାମ 'ଅହଲ୍ୟା ନଗର' କରିବା ପାଇଁ ଜିଲ୍ଲା ପ୍ରଶାସନଠାରୁ ପ୍ରସ୍ତାବ ମାଗିଛନ୍ତି । ଏବେ ସେମାନଙ୍କ ଦାବିକୁ ଖୁବଶୀଘ୍ର ଅନୁମୋଦନ କରାଯିବ ବୋଲି ଜଣାପଡିଛି ।

କ୍ଷମତାକୁ ଆସିବା ପରେ ଶିବସେନା ଔରଙ୍ଗାବାଦ ଭଳି କେତେକ ସହରର ନାମ ପରିବର୍ତ୍ତନ କରି ଛତ୍ରପତି ସମ୍ଭାଜୀ ନଗର ରଖିଛନ୍ତି। ସେହି ସମୟରେ ଓସମାନାବାଦ୍ ଧରାଶିବରେ ପରିବର୍ତ୍ତିତ ହୋଇଥିଲା। ଏହି କ୍ରମରେ ଅହମ୍ମଦନଗରର ନାମ ବଦଳାଇ ଅହଲ୍ୟାବାଇ ନଗର କରିବାକୁ ବିଜେପି ଦାବି କରିଥିଲା। ଏହା ପୂର୍ବରୁ ବିଜେପି ନେତା ଗୋପୀଚାନ୍ଦ ପାଡାଲକର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ। ଅହଲ୍ୟାବାଇ ହୋଲକର ଅହମ୍ମଦନଗରର 'ଚୋଣ୍ଡି ଗାଁ'ରେ ଜନ୍ମଗ୍ରହଣ କରିଥିଲେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସହର ସହିତ ଅହଲ୍ୟାବାଈଙ୍କ ସମ୍ପର୍କ ଥିବାରୁ ଏହାର ନାମ ପରିବର୍ତ୍ତନ କରିବାକୁ ଦାବି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe