AI kill job of humans: ଚାକିରି କରିବ AI, ଚାଷ କରିବେ ଲୋକେ: ଏଲନ ମସ୍କ

ଚାକିରି ଛଡ଼ାଇ ନେବ ଏଆଇ। ଚାଷ କରିବେ ଲୋକେ। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲାର ସିଇଓ ଏଲନ ମସ୍କ ଏଭଳି ବଡ଼ ଦାବି କରିଛନ୍ତି। AIକୁ ନେଇ ମସ୍କ କରିଥିବା ଦାବି ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

elonmusk

elonmusk's reaction on AI Photograph: (sambad.in)

ନୂଆଦିଲ୍ଲୀ: ଚାକିରି ଛଡ଼ାଇ ନେବ ଏଆଇ। ଚାଷ କରିବେ ଲୋକେ। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲାର ସିଇଓ ଏଲନ ମସ୍କ ଏଭଳି ବଡ଼ ଦାବି କରିଛନ୍ତି। AIକୁ ନେଇ ମସ୍କ କରିଥିବା ଦାବି ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ତାଙ୍କ କହିବା ମୁତାବକ, AI ଭବିଷ୍ୟତରେ ସମସ୍ତଙ୍କ ଚାକିରି ନେଇଯିବ। ଏହା ପରେ, ଲୋକମାନେ ଧାନ ଚାଷ ଏବଂ ପନିପରିବା ଚାଷ କରିବା ଭଳି କାମ କରିବାକୁ ସମୟ ପାଇବେ।

AI ଏବଂ ରୋବୋଟ୍ ସମସ୍ତଙ୍କ ଚାକିରି ନେଇଯିବେ

ଏକ୍ସ ପ୍ଲାଟଫର୍ମ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟର ଉତ୍ତର ଦେବା ସମୟରେ ମସ୍କ ଏହି ବିବୃତି ଦେଇଛନ୍ତି। ମସ୍କ ଲେଖିଛନ୍ତି ଯେ, AI ଏବଂ ରୋବୋଟ୍ ସମସ୍ତ ଚାକିରି ନେଇଯିବେ। ଲୋକଙ୍କ ପାଖରେ ପନିପରିବା କିଣିବା ପରିବର୍ତ୍ତେ ଚାଷ କରିବାର ବିକଳ୍ପ ରହିବ।

 Amazon ୬୦ହଜାର କର୍ମଚାରୀଙ୍କୁ କାଢ଼ି AIକୁ ଚାକିରି ଦେବ

ସୂଚନା ମୁତାବକ, Xରେ ଜଣେ ବ୍ୟବହାରକାରୀ ପୋଷ୍ଟ କରି ସେଥିରେ ଲେଖିଥିଲେ ଯେ, ଆଗାମୀ ଦିନରେ Amazon ୬୦ହଜାର ଲୋକଙ୍କୁ ଚାକିରିରୁ ବାହାର କରିବାକୁ ଯାଉଛି। ଏହା ବଦଳରେ, କମ୍ପାନି AI ଏବଂ ରୋବୋଟକୁ ଚାକିରି ଦେବ। ଏଲନ ମସ୍କ ଏହି ପୋଷ୍ଟରେ ଉତ୍ତର ଦେଇ ଲେଖିଛନ୍ତି ଯେ, ଆଗାମୀ ଦିନରେ AI ଏବଂ ରୋବୋଟ ସମସ୍ତଙ୍କ ଚାକିରି ଛଡ଼ାଇ ନେବ।

ଆହୁରି ପଢ଼ନ୍ତ: Pollution Combat action plan: ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍‌କୁ ଟାର୍ଗେଟ କରିବ ବିଏମସି, ଦୈନିକ ଶୁଖିଲା ବର୍ଜ୍ୟରେ ୬୦% ପ୍ଲାଷ୍ଟିକ୍

କେବଳ ମସ୍କ ନୁହଁନ୍ତି, ଅନ୍ୟମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।

ଜେଫ୍ରି ହିଣ୍ଟନ୍: ଏଆଇର ଗଡଫାଦର ଭାବରେ ଜଣାଶୁଣା ଜେଫ୍ରି ହିଣ୍ଟନ୍ ମଧ୍ୟ କହିଛନ୍ତି ଯେ, AIରେ ବିପଦ ନିଶ୍ଚୟ ଅଛି। AI ଖୁବ୍ ଶୀଘ୍ର ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ହେବ ଏବଂ ଏହା ଅନେକ ଲୋକଙ୍କ ଚାକିରି ଖାଇଯିବ।

ଆହୁରି ପଢ଼ନ୍ତ: Lawyer Pitabas Panda’s death case: ପ୍ରମିଳା-ଚନ୍ଦ୍ରଶେଖର-ଭୃଗୁଙ୍କୁ ଗିରଫ କରିବାକୁ ବିଜେପିର ଦାବି

ବିଲ୍ ଗେଟ୍ସ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ କହିଛନ୍ତି ଯେ, AI କିଛି ସମୟ ପାଇଁ ଚାକିରି ଛଡ଼ାଇ ନେବ। ତଥାପି, ସେ ବିଶ୍ୱାସ କରୁଛନ୍ତି ଯେ, ଲୋକଙ୍କ ପାଇଁ ନୂତନ ପ୍ରକାରର କାମ ମଧ୍ୟ ସୃଷ୍ଟି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe