The Federal News
ନୂଆଦିଲ୍ଲୀ : ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ଏହାର ବୋଇଂ ୭୭୭ ଏବଂ ୭୮୭ ବିମାନର କେବିନରେ ଉନ୍ନତି ଆଣିବ। ଏଥିପାଇଁ କମ୍ପାନି ୩୦୦ ନିୟୁତ ଡଲାର ବ୍ୟୟ କରିବ। ଏଥିସହିତ ମଧ୍ୟମ ଏବଂ ଦୂରଗାମୀ ବିମାନରେ ନୂଆ ପ୍ରିମିୟମ ଇକୋନୋମି କ୍ଲାସ ଆରମ୍ଭ କରିବ। କେବିନରେ ପରିବର୍ତ୍ତନ ଦ୍ବାରା କମ୍ପାନିର ୨୭ଟି ବୋଇଂ ୭୮୭ ଏବଂ ୧୩ଟି ବୋଇଂ ୭୭୭ ବିମାନରେ ନୂଆ ସିଟ୍ ସାମିଲ କରାଯାଇ ପାରିବ। ଏଥସହିତ ଉନ୍ନତମାନର ମନୋରଞ୍ଜନ ସୁବିଧା ମିଳିବ। କେବିନର ନୂଆ ଡିଜାଇନ ପାଇଁ ଏୟାର ଇଣ୍ଡିଆ ଲଣ୍ଡନଭିତ୍ତିକ ଜେପିଏ ଡିଜାଇନ ଆଣ୍ଡ ଟ୍ରେଣ୍ଡୱାର୍କକୁ କାର୍ଯ୍ୟ ପ୍ରଦାନ କରିଛି।
Follow Us