ଶଶିକଳାଙ୍କ ସହ କଥା ହୋଇ ଏଆଇଡିଏମକେରୁ ବହିଷ୍କୃତ ହେଲେ ୧୬ ନେତା

Advertisment
ଶଶିକଳାଙ୍କ ସହ କଥା ହୋଇ ଏଆଇଡିଏମକେରୁ ବହିଷ୍କୃତ ହେଲେ ୧୬ ନେତା

amarujala

ଚେନ୍ନାଇ: ଶଶିକଳାଙ୍କ ସହ ଫୋନରେ କଥା ହେବା ଏଆଇଡିଏମକେର କେତେକ ପଦାଧିକାରୀଙ୍କୁ ମହଙ୍ଗା ପଡ଼ିଛି। ସୋମବାର ଦଳର ୧୬ଜଣ ଏଆଇଡିଏମକେ କାର୍ଯ୍ୟକର୍ତ୍ତାମାନଙ୍କୁ ବହିଷ୍କାର କରିଛନ୍ତି। ଏହି ନେତାମାନେ ଦଳର ପୂର୍ବତନ ନେତା ଭି.କେ ଶଶିକଳାଙ୍କ ସହ ଆଲୋଚନା କରିଥିଲେ। ପାର୍ଟି ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଉକ୍ତ ୧୬ଜଣଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ଏଆଇଡିଏମକେର ମୁଖପାତ୍ର ଭି ପୁଗାଝେଣ୍ଡି ସୂଚନା ଦେଇଛନ୍ତି।

ଏକ ସଙ୍ଗେ ଦଳ ପକ୍ଷରୁ ଜାରି ବିବୃତ୍ତିରେ ଏଆଇଏଡିଏମକେ ପାର୍ଟି କ୍ୟାଡରଙ୍କ ସହ ଶଶିକଳାଙ୍କ ଫୋନ୍ କଥାବାର୍ତ୍ତାକୁ 'ଡ୍ରାମା' ବୋଲି କହିଛି। ଏଥିରେ କୁହାଯାଇଛି ଯେ ଗୋଟିଏ ପରିବାରର ଇଚ୍ଛା ପାଇଁ ଦଳ ନିଜକୁ କେବେ ବି ନଷ୍ଟ କରିବ ନାହିଁ। ଶଶିକଳାଙ୍କ ସହ କଥା ହୋଇଥିବା ପ୍ରତ୍ୟେକ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଳ କହିଛି। ଭବିଷ୍ୟତରେ ଏଭଳି ନ କରିବାକୁ ଦଳ ପକ୍ଷରୁ କର୍ମୀମାନଙ୍କୁ ଚେତାବନୀ ଦିଆଯାଇଛି। ଏହା ତାମିଲନାଡ଼ୁ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe