ଏନ୍‌ଡିଏକୁ ଫେରିଲା ଏଆଇଏଡିଏମ୍‌କେ: ତାମିଲନାଡ଼ୁରେ ବିଜେପି-ଏଆଇଏଡିଏମ୍‌କେ ମେଣ୍ଟ ଘୋଷଣା

ତାମିଲନାଡ଼ୁର ବିରୋଧୀ ଦଳ ଏଆଇଏଡିଏମ୍‌କେ ପୁଣିଥରେ ଏନ୍‌ଡିଏକୁ ଫେରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ (ଇପିଏସ୍‌)ଙ୍କ ନେତୃତ୍ବରେ ଏଆଇଏଡିଏମ୍‌କେ-ବିଜେପି ଏକାଠି ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ....

cdf1g5f4g

ଚେନ୍ନାଇ: ତାମିଲନାଡ଼ୁର ବିରୋଧୀ ଦଳ ଏଆଇଏଡିଏମ୍‌କେ ପୁଣିଥରେ ଏନ୍‌ଡିଏକୁ ଫେରିଛି।   ପୂର୍ବତନ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ (ଇପିଏସ୍‌)ଙ୍କ ନେତୃତ୍ବରେ ଏଆଇଏଡିଏମ୍‌କେ-ବିଜେପି ଏକାଠି ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।  ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ବିଜେପି-ଏଆଇଏଡିଏମ୍‌କେ ମେଣ୍ଟ ଘୋଷଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। 

ଶାହ, ଇପିଏସ୍‌ ଏବଂ ବିଜେପି ନେତା କେ ଆନ୍ନାମଲାଇ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଆମେ ଆବଶ୍ୟକ ସ୍ଥଳେ ମିଳିତ କାର୍ଯ୍ୟକ୍ରମ ପରିଚାଳନା କରିବୁ ଏବଂ ଡିଏମ୍‌କେ ସରକାରକୁ ହଟାଇବା ପାଇଁ ମିଳିତ ରଣନୀତିରେ ଆଗକୁ ବଢ଼ିବୁ।  ୧୯୯୮‌ରେ ବିଜେପି ଏବଂ ଏଆଇଏଡିଏମ୍‌କେ ଏକାଠି ନିର୍ବାଚନ ଲଢ଼ିଥିବା‌ ବେଳେ ମେଣ୍ଟକୁ ମିଳିଥିବା ବିଶାଳ ବିଜୟ କଥା ମଧ୍ୟ ଶାହ ଆଜି ମନେ ପକାଇ ଦେଇଛନ୍ତି।  ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ନେତୃତ୍ବରେ ବିଜେପି ଏବଂ ଏଆଇଏଡିଏମ୍‌କେ ମେଣ୍ଟ କରିଥିଲେ।

ତାମିଲନାଡ଼ୁରେ ବିଜେପି-ଏଆଇଏଡିଏମ୍‌କେ ମେଣ୍ଟ ଘୋଷଣା
ପଲାନିସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ଚେହେରା
ଇପିଏସ୍‌ଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ାଯିବ

ବିଜେପି ଏବଂ ଏଆଇଏଡିଏମ୍‌କେ ମେଣ୍ଟ ଏକ ସମୟରେ ୩୯ ଲୋକସଭା ଆସନରୁ ୩୦ ଆସନରେ ଜିତିଥିଲା।  ଶାହ ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ଏନ୍‌ଡିଏ ତାମିଲନାଡ଼ୁରେ ସହଜ‌ ବିଜୟ ହାସଲ କରିବ।  ଏଆଇଏଡିଏମ୍‌କେର ଆଭ୍ୟନ୍ତରୀଣ ବ୍ୟାପାରରେ ବିଜେପି ହସ୍ତକ୍ଷେପ କରିବନାହିଁ ଏବଂ ରାଜ୍ୟରେ ଡବଲ୍‌ ଇଂଜିନ ସରକାର ଆଣିବା ଦିଗରେ ନିଷ୍ଠାର ସହ ଲଢ଼ିବ ବୋଲି ଶାହ କହିଛନ୍ତି। ଉଲ୍ଳେଖଯୋଗ୍ୟ, ବିଜେପି ଆଜି ତାମିଲନାଡ଼ୁ ବିଜେପି ମୁଖ୍ୟ ଭାବେ କେ ଆନ୍ନାମଲାଇଙ୍କ ସ୍ଥାନରେ ନୈନାର ନାଗେନ୍ଦ୍ରନଙ୍କୁ ଚୟନ କରିଥିବା ବେଳେ ମେଣ୍ଟ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ‌ଘୋଷଣା କରାଯାଇଛି। ଦଳ ପ୍ରତି ଆନ୍ନାମଲାଇଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଶାହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍‌କେ ଏବଂ ବିଜେପି ମେଣ୍ଟରେ ଥିଲେ। ବିଜେପି ୪ଟି ଆସନରେ ଜିତିଥିଲା। କିନ୍ତୁ ୨୦୨୩‌ରେ ଆନ୍ନାମଲାଇଙ୍କ ରଣନୀତିକୁ ବିରୋଧ କରି ଏଆଇଏଡିଏମ୍‌କେ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe