The New Indian Express
ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ରାଜସ୍ଥାନରେ ପର୍ଯ୍ୟବେକ୍ଷକ ଦାୟିତ୍ବ ଭୂପିନ୍ଦର ସିଂହ ହୁଡା, ମଧୁସୂଦନ ମିସ୍ତ୍ରୀ, ମୁକୁଲ ବାସନିକ ଓ ସକିଲ ଅହମ୍ମଦ ଖାନଙ୍କୁ ଦିଆଯାଇଛି। ତେଲେଙ୍ଗାନା ପାଇଁ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଦୀପା ଦାସମୁନ୍ସି, ଡ. ଅଜୟ କୁମାର, କେ ମୁରଲୀଧରନ ଏବଂ କେଜେ ଜର୍ଜଙ୍କୁ ଦାୟିତ୍ୱ ଦିଆଯାଇଛି।
ଛତିଶଗଡ଼ ପାଇଁ କଂଗ୍ରେସ ଅଜୟ ମାକେନ, ରମେଶ ଚେନ୍ନିଥାଲା ଓ ପ୍ରୀତମ ସିଂହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ମଧ୍ୟପ୍ରଦେଶ ପାଇଁ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ପୃଥ୍ୱୀରାଜ ଚୌହାନ, ରାଜୀବ ଶୁକ୍ଳା ଓ ଚନ୍ଦ୍ରକାନ୍ତ ହାଣ୍ଡୋରଙ୍କୁ ଦଳ ନିଯୁକ୍ତ କରିଛି।
କ'ଣ କହିଲେ ଅଜୟ ମାକନ ?
ଅନ୍ୟପକ୍ଷରେ ରାୟପୁରରେ କଂଗ୍ରେସ ନେତା ଅଜୟ ମକାନ କହିଛନ୍ତି ଯେ ଆମେ ଜିତିବୁ। ଆସନ୍ତାକାଲି ଭୋଟ୍ ଗଣତି ହେବ। ବିଜେପି ଠାରୁ କଂଗ୍ରେସର ଅଗ୍ରଣୀ ୧୦ ପ୍ରତିଶତରୁ ଅଧିକ ରହିବ। ଏହି କାରଣରୁ ସମସ୍ତ ଏକ୍ଜିଟ୍ ପୋଲ୍ କଂଗ୍ରେସକୁ ଜିତାଇବାରେ ଲାଗିଛି।
Follow Us