୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଗିରଫ ହେଲେ ଭୋପାଳ ଏମ୍ସର ଡେପୁଟି ଡାଇରେକ୍ଟର

Advertisment
୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଗିରଫ ହେଲେ ଭୋପାଳ ଏମ୍ସର ଡେପୁଟି ଡାଇରେକ୍ଟର

NewsNation

ନୂଆଦିଲ୍ଲୀ: ଭୋପାଳ ଏମ୍ସର ଉପ ନିର୍ଦ୍ଦେଶକ (ଡେପୁଟି ଡାଇରେକ୍ଟର) ଆଜି ଅପରାହ୍ନରେ ଜନୈକ ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଧିକାରୀମାନଙ୍କ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।
ସିବିଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଭୋପାଳ ଏମ୍ସର ଡେପୁଟି ଡାଇରେକ୍ଟର ଧର୍ମେନ୍ଦ୍ର ସିଂ ଭୋପାଳ ଏମ୍ସ ଡାକ୍ତରଖାନାକୁ ଜନୈକ ସପ୍ଲାୟର ଯୋଗାଇ ଦେଇଥିବା ଔଷଧ ଓ ଅନ୍ୟ ସାମଗ୍ରୀର ବିଲ୍‌ ପ୍ରଦାନ କରିବା ପାଇଁ ତାଙ୍କ ଠାରୁ ୨ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ଲାଞ୍ଚ ବାବଦରେ ଦୁଇ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ନଦେଲେ ସେ କୌଣସି ପରିସ୍ଥିତିରେ ବି ସପ୍ଲାୟର୍ସଙ୍କ ବିଲ୍‌ ପାସ୍‌ କରିବେ ନାହ ବୋଲି ତାଙ୍କୁ କହିଥିଲେ।
ଏଘଟଣା ନେଇ ସପ୍ଲାୟର୍ସ ଜଣଙ୍କ ସିବିଆଇ ନିକଟରେ ଅଭିଯୋଗ କଲାପରେ ସିବିଆଇ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ସିବିଆଇର ଯୋଜନା ମୁତାବକ ଆଜି ଅପରାହ୍ଣରେ ସଂପୃକ୍ତ ସପ୍ଲାୟର୍ସ ଜଣକ ଭୋପାଳ ଏମ୍ସର ଡେପୁଟି ଡାଇରେକ୍ଟର ଧର୍ମେନ୍ଦ୍ର ସିଂଙ୍କ ନିକଟରେ ପହଞ୍ଚି ତାଙ୍କୁ ୧ଲକ୍ଷ ଟଙ୍କାର ଲାଞ୍ଚ ପ୍ରଦାନ କରୁଥିବା ବେଳେ ସିବିଆଇ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏ ଘଟଣା ସଂପର୍କରେ ସିବିଆଇ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe