ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ। ଭାରତରେ ଆଜି ୨,୩୪,୬୯୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧,୩୪୧ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ ସଂକ୍ରମଣ କମିବା ପରେ ହଠାତ ଜାନୁଆରି ଏବଂ ଫେବ୍ରୁଆରିରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏହା ପଛରେ ଦୁଇଟି କାରଣ ଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।
ତାଙ୍କ କହିବା ମୁତାବକ, ଜାନୁଆରି ଏବଂ ଫେବ୍ରୁଆରିରେ ଦେଶରେ ଟିକାକରଣ ଆରମ୍ଭ ହେବା ପରେ ସଂକ୍ରମଣ ସଂଖ୍ୟା ଟିକେ କମ ହୋଇଥିଲା।ଏହାକୁ ଦେଖି ଲୋକେ କରୋନା କଟକଣା ମାନିବା ଛାଡ଼ି ଦେଇଥିଲେ। ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିନଥିଲେ। ଏମଧ୍ୟରେ କରୋନା ଭୂତାଣୁ ନିଜର ଋପ ବଦଳାଇ ବିଦେଶ ଷ୍ଟ୍ରେନ ସହ ମିଶି ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନକୁ ପରିବର୍ତ୍ତିତ ହୋଇଥିଲା ଏବଂ ଅଧିକ ସଂକ୍ରାମକ ହୋଇଥିଲା। ଲୋକେ କରୋନା କଟକଣା ମାନୁନଥିବାରୁ ଏହାକୁ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥିଲା ବୋଲି ସେ କହିଛନ୍ତି।
indianewsrepublicଏହା ସହ ସଂକ୍ରମଣ ସଂଖ୍ୟା ଅଧିକ ହେଉଥିବା ବେଳେ ଭାରତରେ ଘଟୁଥିବା ଧାର୍ମିକ ତଥା ରାଜନୈତିକ କାର୍ଯ୍ୟକଳାପକୁ ନେଇ ଏମ୍ସ ମୁଖ୍ୟ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହା ଏକ ସୀମିତ ଢ଼ଙ୍ଗରେ କରାଯିବାର ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି। ଏବେ ଆମ ଦେଶରେ ଏକ ମହାନ ଧାର୍ମିକ ସମାରୋହ ଏବଂ ମତଦାନର ସମୟ ଚାଲିଛି। ଆମକୁ ବୁଝିବାକୁ ହେବ ଯେ ଲୋକଙ୍କ ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଧାର୍ମିକ ସମାରୋହ ଏବଂ ନିର୍ବାଚନ ପ୍ରଚାରକୁ ଏକ ସୀମିତ ଉପାୟରେ ଏବଂ କୋଭିଡ୍ କଟକଣା ମାନି ମଧ୍ୟ କରାଯାଇପାରିବ ବୋଲି ସେ କହିଛନ୍ତି।
Follow Us