୧୦ମହଲା ଉପରୁ ତଳକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କଲେ ଅବସାଦଗସ୍ତ ଥିବା ଏମ୍ସ ଡାକ୍ତର, ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି

୧୦ମହଲା ଉପରୁ ତଳକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କଲେ ଅବସାଦଗସ୍ତ ଥିବା ଏମ୍ସ ଡାକ୍ତର, ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି

indiatoday

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ଏମ୍ସରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଦିଲ୍ଲୀ ଏମ୍ସର ଜଣେ ୨୫ ବର୍ଷ ବୟସ୍କ ଜୁନିଅର ରେସିଡେଣ୍ଟ ଡାକ୍ତର ଡକ୍ତରଖାନାର ୧୦ମହଲାରୁ ଡେଇଁପଡିଥିବା ଅଭିଯୋଗ ହୋଇଛି | ଦିଲ୍ଲୀ ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଆହତ ଡାକ୍ତରଙ୍କୁ ଏବେ ଏମ୍ସରେ  ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି। ଘଟଣାଟି ସନ୍ଧ୍ୟା ୫ଟାରେ ଘଟିଥିବା ବେଳେ ଆହତ ଡାକ୍ତର ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି।

junior resident doctor of AIIMS allegedly jumped off the 10th floor of AIIMS hostel today oneindia

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ,  ଡାକ୍ତର କିଛି ଦିନ ହେବ ଅବସାଦଗସ୍ତ ଥିଲେ । ଆଜି ସେ ସନ୍ଧ୍ୟା ସମୟରେ ରହୁଥିବା ହଷ୍ଟେଲ ଛାତ ଉପରକୁ ଯାଇ ସେଠାରୁ ଡ଼େଇଁ ପଡ଼ିଥିଲେ । ଘଟଣାସ୍ଥଳରୁ ତାଙ୍କ ଫୋନ ଜବତ କରାଯାଇଥିବା ବେଳେ ତଦନ୍ତ ପରେ ଅବସାଦଗସ୍ତ ପଛର କାରଣ ଜଣା ପଡ଼ିବ ବୋଲି କହିଛି ପୁଲିସ । ଆହତ ଡାକ୍ତର ମାନସିକ ରୋଗ ବିଭାଗରେ କାମ କରୁଥିଲେ ବୋଲି ଜଣା ପଡ଼ିଛି । ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଏମ୍ସ ଦିଲ୍ଲୀରେ କୋଭିଡ -୧୯ ପାଇଁ ଚିକିତ୍ସିତ ହେଉଥିବା ଜଣେ ୩୭ ବର୍ଷୀୟ ସାମ୍ବାଦିକ ଜୁନ୍ ୬ରେ ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe