ଏମ୍‌ସ ଡାକ୍ତରଙ୍କ ଦୃଢ଼ୋକ୍ତି : ସୁଶାନ୍ତ ଆତ୍ମହତ୍ୟା ହିଁ କରିଛନ୍ତି

Advertisment
ସୁଶାନ୍ତଙ୍କ ରି‌ପୋର୍ଟକୁ ନେଇ ଡାକ୍ତରଙ୍କ ସ୍ପଷ୍ଟୀକରଣ

Job Vacancy

ନୂଆଦିଲ୍ଲୀ : ବଲିଉଡ୍‌ ଷ୍ଟାର୍‌ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ହିଁ କରିଛନ୍ତି ଏବଂ ତାଙ୍କୁ ହତ୍ୟା କରାଯିବାର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟର ପୁନଃଯାଞ୍ଚ କରିଥିବା ଦିଲ୍ଲୀ ଏମ୍‌ସର ଡା. ସୁଧୀର ଗୁପ୍ତା। ସୁଶାନ୍ତଙ୍କର ଭିସେରା ନମୁନାକୁ ଦିଲ୍ଲୀ ଏମ୍‌ସର ଏକ ବିଶେଷଜ୍ଞ ଦଳ ପୁଣି ଥରେ ପରୀକ୍ଷା ନିରୀକ୍ଷା କରିଥିଲେ। ସେହିପରି ଫରେନ୍‌ସିକ୍‌ ଦଳ ମଧ୍ୟ ଗୋଟିଏ ଲାପ୍‌ଟପ୍‌, ଦୁଇଟି ହାର୍ଡ ଡିସ୍କ, ଗୋଟିଏ କାନନ୍‌ କ୍ୟାମେରା ଏବଂ ଦୁଇଟି ମୋବାଇଲ ଫୋନ୍‌ ଯାଞ୍ଚ କରିଥିଲେ। ଗତ ୨୯ ତାରିଖରେ ଏମ୍‌ସ ବିଶେଷଜ୍ଞ ଦଳ ସେମାନଙ୍କ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସୁଶାନ୍ତଙ୍କର ପ୍ରଥମେ ବ୍ୟବଚ୍ଛେଦ ହୋଇଥିବା କୁପର ହସ୍ପିଟାଲ୍‌ର ରିପୋର୍ଟ ସହ ଏମ୍‌ସ ରିପୋର୍ଟ ପ୍ରାୟ ସମାନ ରହିଛି। ସେହିପରି ପାରିପାର୍ଶ୍ବିକ ପ୍ରମାଣରୁ ମଧ୍ୟ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସ୍ପଷ୍ଟ ହୋଇଛି।

ଏହି ମାମଲାର ତଦନ୍ତକାରୀ ସଂସ୍ଥା ସିବିଆଇ ଏଣିକି ସୁଶାନ୍ତଙ୍କ ଅପମୃତ୍ୟୁକୁ ଏକ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରି ତଦନ୍ତ ଆଗେଇବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe