ଏମ୍ସରେ ହ୍ରାସ ପାଉଛି ଡାକ୍ତରଙ୍କ ସଂଖ୍ୟା; ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ଦେଢ଼ବର୍ଷ ପର୍ଯ୍ୟନ୍ତ କରିବାକୁ ପଡ଼ୁଛି ଅପେକ୍ଷା

Advertisment

ନିକଟରେ ସଂସଦରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିବରଣୀ ମୁତାବକ,୨୦୨୨ରୁ ୨୦୨୪ ମଧ୍ୟରେ ୨୦ଟି ଏମ୍ସର ୪୨୯ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ସର୍ବାଧିକ ଇସ୍ତଫା ପତ୍ର ଦିଲ୍ଲୀ ଏମ୍ସ (ପ୍ରତିଷ୍ଠିତ ସଂସ୍ଥାନ)ର ଡାକ୍ତରମାନେ ଦେଇଥିବା ଜଣାପଡ଼ିଛି। 

ନିକଟରେ ସଂସଦରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିବରଣୀ ମୁତାବକ,୨୦୨୨ରୁ ୨୦୨୪ ମଧ୍ୟରେ ୨୦ଟି ଏମ୍ସର ୪୨୯ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ସର୍ବାଧିକ ଇସ୍ତଫା ପତ୍ର ଦିଲ୍ଲୀ ଏମ୍ସ (ପ୍ରତିଷ୍ଠିତ ସଂସ୍ଥାନ)ର ଡାକ୍ତରମାନେ ଦେଇଥିବା ଜଣାପଡ଼ିଛି। 

New Project

ନୂଆଦିଲ୍ଲୀ: ଦେଶରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ  ଡାକ୍ତରମାନଙ୍କ ସଂଖ୍ୟା ବିପୁଳ ପରିମାଣରେ ହ୍ରାସ ପାଇବାରେ ଲାଗିଛି। ଏହା ଏକ ବଡ଼ ଚିନ୍ତାର କାରଣ ପାଲଟି ଯାଇଛି। ୧୨ଟି ଏମ୍ସରେ ପ୍ରଫେସରଙ୍କ ସଂଖ୍ୟା ଅଧାରୁ ଅଧିକ ଖାଲି ରହିଛି।

ନିକଟରେ ସଂସଦରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିବରଣୀ ମୁତାବକ,୨୦୨୨ରୁ ୨୦୨୪ ମଧ୍ୟରେ ୨୦ଟି ଏମ୍ସର ୪୨୯ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ସର୍ବାଧିକ ଇସ୍ତଫା ପତ୍ର ଦିଲ୍ଲୀ ଏମ୍ସ (ପ୍ରତିଷ୍ଠିତ ସଂସ୍ଥାନ)ର ଡାକ୍ତରମାନେ ଦେଇଥିବା ଜଣାପଡ଼ିଛି। 

ଦିଲ୍ଲୀ ଏମ୍ସରୁ ୫୨ଜଣ, ଋଷିକେଶ ଏମ୍ସରୁ ୩୮ଜଣ, ରାୟପୁର ଏମ୍ସରୁ ୩୫ଜଣ, ବିଳାସପୁର ଏମ୍ସରୁ ୩୨ଜଣ, ମଙ୍ଗଳାଗିରିରୁ ୩୦ଜଣ ଡାକ୍ତର ବିଭିନ୍ନ ପ୍ରକାର ସମସ୍ୟା ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏମ୍ସରେ ଡାକ୍ତରଙ୍କ ସଂଖ୍ୟା ଧୀରେଧୀରେ ଏତେ ମାତ୍ରାରେ ହ୍ରାସ ପାଇଗଲାଣି କି ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଦେଢ଼ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଏମ୍ସରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଙ୍କ ସଂଖ୍ୟା ହ୍ରାସ ହେତୁ ଉଚିତ ସମୟରେ ରୋଗୀଙ୍କୁ ଚିକିତ୍ସା ସେବା ମିଳି ପାରୁ ନାହିଁ।

ଇସ୍ତାଫା ଦେଇଥିବା ଏମ୍ସର କିଛି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ, ଘରୋଇ କ୍ଷେତ୍ରରେ ଥିବା ହସ୍ପିଟାଲଗୁଡ଼ିକରେ ଦରମା ଏମ୍ସ ତୁଳନାରେ ଚାରିଗୁଣା ଅଧିକ ରହିଛି। ଅନ୍ୟ ଘରୋଇ କ୍ଷେତ୍ରରେ ଡାକ୍ତରମାନଙ୍କ ପାଇଁ ଥିବା ସୁବିଧାକୁ ଦୃଷ୍ଟି ଦେଲେ ଏମ୍ସ ଏ ଦିଗରେ ବହୁତ ପଛରେ ରହିଛି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe