ଏମ୍‌ସ ଡାକ୍ତରଙ୍କ ସଫଳତା: ଯୁବକଙ୍କ ଛାତିରୁ ବାହାରିଲା ୯୭ ଛର୍‌ରା ଗୁଳି

Advertisment
ଏମ୍‌ସ ଡାକ୍ତରଙ୍କ ସଫଳତା: ଯୁବକଙ୍କ ଛାତିରୁ ବାହାରିଲା ୯୭ ଛର୍‌ରା ଗୁଳି

Photo credit- times of India

ନୂଆଦିଲ୍ଲୀ: ଏମ୍‌ସର ଡାକ୍ତରମାନେ ଆଉ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି। ଜଣେ ଯୁବକଙ୍କୁ ଛାତି ଭିତରେ ୪ ବର୍ଷ ଧରି ରହିଥିବା ୯୭ଟି ଛର୍‌ରା ଗୁଳିକୁ ୪ ଘଣ୍ଟାର ଅସ୍ତ୍ରୋପଚାର କରି କାଢ଼ିବା ସହିତ ଯୁବକଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି।
ସୂଚନାଯୋଗ୍ୟ ଯେ ୪ ବର୍ଷ ତଳେ ଉତ୍ତରପ୍ରଦେଶ ମୋରାଦାବାଦର ଆରିଫ ହୁସେନଙ୍କ ବିବାହର ୭ ଦିନ ପୂବରୁ ସେ ଘରେ ଶୋଇଥିିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ଜମିବାଡ଼ି ମାମଲାକୁ କେନ୍ଦ୍ର କରି ପଏଣ୍ଟ ବ୍ଲାଙ୍କରୁ ତାଙ୍କ ଛାତିକୁ ଲକ୍ଷ୍ୟ କରି ଏକ ଦେଶୀ ବନ୍ଧୁକ(ଛର୍‌ରା)ରେ ଗୁଳିମାଡ଼ କରିଥିଲେ। ସୌଭାଗ୍ୟକୁ ଛରାରର ଗୁଳିଗୁଡ଼ିକ ଛାତିର ବେଶି ଭିତରକୁ ଯାଇ ନ ଥିଲା କିମ୍ବା ହାର୍ଟସ ଓ ଫୁସ୍‌ଫୁସକୁ କୌଣସି କ୍ଷତି ପହଞ୍ଚାଇ ନ ଥିଲା। ମାତ୍ର ଏହି ଛର୍‌ରା ଗୁଳିକୁ କାଢ଼ିବାକୁ ଉତ୍ତରପ୍ରଦେଶ , ମିରଟ, ଦିଲ୍ଲୀ ଓ ଅନ୍ୟ ଅଞ୍ଚଳର ଡାକ୍ତରମାନେ ସାହସ କରି ନ ଥିଲେ। କାରଣ ଏହି ଛରରା ଗୁଳିଗୁଡ଼ିକ ହାର୍ଟର ଏତେ ପାଖରେ ଥିଲା ଯେ ଯେ କୌଣସି ମୁହୁର୍ତ୍ତରେ କିଛି ବି ଘଟିଯାଇପାରେ ବୋଲିି ଡାକ୍ତର ଆଶଙ୍କା କରିଥିଲେ। ଧୀରେ ଧୀରେ ଏହି ଛର୍‌ରା ଗୁଳିଗୁଡ଼ିକ ଛାତିରେ ସଂକ୍ରମଣ ଆରମ୍ଭ କରିବା ସହିତ ଛାତି ଭିତରେ ଏକ ଟେନିସ ବଲ୍‌ ଭଳି ଗାତ କରି ସେଥିରୁ ରକ୍ତ, ପୂଜ ବାହାରିବା ଆରମ୍ଭ ହୋଇଯାଇଥିଲା। ତୁରନ୍ତ ଅସ୍ତ୍ରୋପଚାର କରା ନ ଗଲେ ହୁସେନଙ୍କ ବଞ୍ଚିବା ସମ୍ଭାବନା କ୍ଷୀଣ ବୋଲି ଜାଣିବା ପରେ ପରିବାର ଲୋକେ ତାଙ୍କୁ ନେଇ ନୂଆଦିଲ୍ଲୀର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ (ଏମ୍‌ସ) ରେ ଭର୍ତ୍ତି କରିଥିଲେ। ଶେଷରେ ହୁସେନ୍‌ ଏମ୍‌ସର ଟ୍ରମା ସେଣ୍ଟରର ପ୍ରଫେସର ଡା. ବିପ୍ଳବ ମିଶ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ। ପରିସ୍ଥିତିକୁ ଦେଖି ଅନ୍ୟ ଡାକ୍ତରମାନେ ଏଥିପାଇଁ ନକରାତ୍ମକ ମନ୍ତବ୍ୟ ଦେଉଥିବା ବେଳେ ଡା. ମିଶ୍ର ହୁସେନଙ୍କ ଅସ୍ତ୍ରୋପଚାର ପାଇଁ ସାହସ ସଞ୍ଚୟ କରିଥିଲେ।

publive-image ଅସ୍ତ୍ରୋପଚାର ପୂର୍ବରୁ ଡା. ମିଶ୍ର ହୁସେନଙ୍କୁ କହିଥିଲେ ଯେ ପରିସ୍ଥିତି ଏମିତି ହୋଇଛି ଯେ କଣ ହେବ କିଛି କହି ହେବ ନାହିଁ। ଅପରେସନ୍‌ ଟେବୁଲ ଭିତରେ ବି ତାଙ୍କର ମୃତ୍ୟୁ ଘଟିପାରେ ବୋଲି ଡା. ମିଶ୍ର ହୁସେନଙ୍କକୁ କହିଥିଲେ।। ଏଥିରେ ହୁସେନ୍‌ ଡରି ନ ଯାଇ ଅସ୍ତ୍ରୋପଚାର କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଏଥିରେ ଡା. ମିଶ୍ରଙ୍କ ଆତ୍ମବିଶ୍ୱାସ ବଢ଼ିଥିଲା। ସେ ଓ ତାଙ୍କ ଟିମ୍‌ ହୁସେନଙ୍କ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ପ୍ରଥମେ ଛାତିର ବ୍ରେଷ୍ଟ ବୋନ୍‌କ କାଟି ତାଙ୍କର ପଚିଯାଇଥିବା ମାଂସକୁ କାଟି ବାହର କରାଯାଇଥିଲା। ପରେ ହାର୍ଟ ଠାରୁ ମାତ୍ର ଏକ ସେଣ୍ଟିମିଟର ତଳେ ଥିବା ଅମୃତଭଣ୍ଡା ମଞ୍ଜି ପରି ୯୭ଟି ଛର୍‌ରା ଗୁଳି ଓ କିଛି ତୁଳାକୁ ଛାତି ଭିତରୁ ବାହାର କରାଯାଇଥିିଲା। ପରେ ଜଣେ ପ୍ଲାଷ୍ଟିକ ସର୍ଜନଙ୍କ ଦ୍ୱାରା ତାଙ୍କ ଛାତିରେ ସର୍ଜରି କରାଯାଇ ତାଙ୍କୁ ଅବଜରଭେସନ୍‌ରେ ରଖିଥିଲେ ଡା. ମିଶ୍ର। ହୁସେନ୍‌ଙ୍କ ଅସ୍ତ୍ରୋପଚାର ପରବର୍ତ୍ତୀ ଚିକିତ୍ସା ବେଶ୍‌ ସଫଳ ହୋଇଥିିଲା ସେ ଅସ୍ତ୍ରୋପଚାରର ୪ ଦିନ ପରେ ତାଙ୍କୁ ହସ୍‌ପିଟାରୁ ଡିସ୍‌ଚାର୍ଜ କରାଯାଇଛି। ଡା. ମିଶ୍ର ତାଙ୍କୁ ନୂଆ ଜୀବନ ଦେଇଛନ୍ତି ବୋଲି କହି ହୁସେନ୍‌ ଏମ୍‌ସର ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe