ସୁପ୍ରିମକୋର୍ଟଙ୍କ ଅନୁରୋଧ ପରେ ଧର୍ମଘଟ ଶେଷ କଲେ ଏମ୍ସ ଡାକ୍ତର

Advertisment
ସୁପ୍ରିମକୋର୍ଟଙ୍କ ଅନୁରୋଧ ପରେ ଧର୍ମଘଟ ଶେଷ କଲେ ଏମ୍ସ ଡାକ୍ତର

କୋଲକାତା : ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧର୍ମଘଟ କରୁଥିବା ଏମ୍ସ-ଆରଏମଏଲର ଆବାସିକ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅନୁରୋଧ ପରେ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଡାକ୍ତରମାନଙ୍କୁ କହିଥିଲେ ଯେ ଆପଣମାନେ ଧର୍ମଘଟ ଶେଷ କରନ୍ତୁ। ଆପଣମାନଙ୍କ ସବୁ କଥା ଶୁଣିବାକୁ ଆମେ ପ୍ରସ୍ତୁତ । କୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ମଧ୍ୟ କହିଛନ୍ତି ଯେ ଡାକ୍ତରମାନେ କାମକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ରାଜ୍ୟ ସରକାରମାନଙ୍କୁ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ସୁରକ୍ଷା ସମସ୍ୟାର ସମାଧାନ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ବୈଠକ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବଙ୍କୁ ନିର୍ଦ୍ଦେଶ । ସପ୍ତାହକ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବା ଦରକାର ଏବଂ ରାଜ୍ୟ ସରକାର ଦୁଇ ସପ୍ତାହ ମଧ୍ୟରେ ପଦକ୍ଷେପ ନେବା ଉଚିତ। ସିଜେଆଇଙ୍କ ଏହି କଥାକୁ ଏମ୍ସର ଡାକ୍ତରମାନେ ଗ୍ରହଣ କରି କାମକୁ ଫେରିଛନ୍ତି। ତଥାପି ଅନେକ ଡାକ୍ତର ସଂଘ ଧର୍ମଘଟରେ ଅଛନ୍ତି।

କୋଲକାତା ଘଟଣା ପରେ ସୁରକ୍ଷା ଦାବିରେ ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡାକ୍ତର ସଂଘ ବ୍ୟାନରରେ ସମସ୍ତ ଡାକ୍ତର କାର୍ଯ୍ୟ ବନ୍ଦ କରିଥିଲେ। ଏବେ ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପ୍ରତିଶ୍ରୁତି କ୍ରମେ ୧୧ ଦିନ ପରେ ଏମ୍ସର ଡାକ୍ତରମାନେ ଧର୍ମଘଟ ଶେଷ କରିବାକୁ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ଯାହା କି ଆଶ୍ୱସ୍ତିର ବିଷୟ ବୋଲି ବିବୃତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe