ନୂଆଦିଲ୍ଲୀ: ଅଶ୍ଳୀଳ ଡାଏଲଗ ସାଙ୍ଗକୁ ରାମାୟଣର ଚରିତ୍ରକୁ କଦର୍ଥ କରି ପରିବେଷଣ | ମେଡିକାଲ ଶିକ୍ଷାର ମହାକୁମ୍ଭ କୁହାଯାଉଥିବା ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର କିଛି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ ହୋଇଥିବା ରାମଲୀଳା ଏବେ ବିବାଦରେ ଛନ୍ଦି ହୋଇପଡିଛି। ଏହି ଛାତ୍ରଛାତ୍ରୀମାନେ ଅଶ୍ଳୀଳତାକୁ ପ୍ରୋତ୍ସାହନ ଏବଂ ରାମାୟଣର ଚରିତ୍ରକୁ ପରିହାସ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ଅଭିନୟ କରିଥିବା ଛାତ୍ରଛାତ୍ରୀଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି |
ସୂଚନା ମୁତାବକ କିଛି ଏମ୍ସ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରାମଲୀଳାର ଭିଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି | ଏହାକୁ ନେଇ ଏମ୍ସ ଛାତ୍ର ସଙ୍ଗଠନ ରବିବାର ଏକ ବିବୃତ୍ତି ଜାରି କରି କହିଛି ଯେ ଛାତ୍ରମାନଙ୍କ ତରଫରୁ ଆମେ ଏହି ନାଟକର ପରିବେଷଣ ପାଇଁ କ୍ଷମା ପ୍ରାର୍ଥନା କରୁଛୁ, ଏହା କାହାର ଭାବନାକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା। ଭବିଷ୍ୟତରେ ଏପରି କୌଣସି କାର୍ଯ୍ୟକଳାପ ଘଟିବ ନାହିଁ ବୋଲି ଆମେ ନିଶ୍ଚିତ କରୁଛୁ |
ସୂଚନା ଥାଉ କି ରାମଲୀଳା ନାଟକ ପରିବେଷଣ ସମୟରେ ରାମ-ଲକ୍ଷ୍ମଣ ଏବଂ ସୁପରର୍ଣ୍ଣଖାଙ୍କ ମଧ୍ୟରେ ହୋଇଥିବା ସଂଳାପ ଆଦାନପ୍ରଦାନର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଏହାକୁ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି | ଏହା ପରେ ସୋସିଆଲ ମିଡିଆରେ #ArrestAIIMSCulprits ଏବଂ #AntiHinduUnacademy ପରି ହ୍ୟାସଟ୍ୟାଗଗୁଡ଼ିକ ଟ୍ୱିଟରରେ ଟ୍ରେଣ୍ଡ ହେବାରେ ଲାଗିଛି | କୁହାଯାଉଛି ଯେ ଏହି ନାଟକ ଶୋଏବ ଆଫତାବ ନାମକ ଜଣେ ଛାତ୍ରଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଛି, ଯିଏ ହିନ୍ଦୁ ଧର୍ମର ବିଶ୍ୱାସକୁ ଅପମାନିତ କରିଛି।
Follow Us