ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଚା ଜଳଖିଆ ନ ଆଣିବାକୁ ‘ସିକ୍ୟୁରିଟି ଗାର୍ଡ’ମାନଙ୍କୁ ଆଦେଶ ଦେଲା ‘ଏମ୍‌ସ୍‌’

Advertisment
ସ୍ବାଭାବିକ ହେଲା ଏମ୍ସ ସର୍ଭର, ସାଇବର ଆକ୍ରମଣ ଚୀନରୁ ହୋଇଥିଲା

Image Courtesy of India Today

ନୂଆଦିଲ୍ଲୀ: ‘ଡିଉଟି’ ସମୟରେ ଡାକ୍ତର ଅଥବା ଅନ୍ୟାନ୍ୟ କର୍ମଚାରୀଙ୍କ ନିମନ୍ତେ ଚା ଜଳଖିଆ ଆଦି ଆଣିବାକୁ ନ ଯାଇ ନିୟୋଜିତ କାର୍ଯ୍ୟରେ ଉପସ୍ଥିତ ରହିବାକୁ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ (ଏମ୍‌ସ୍‌) ତା’ର ‘ସିକ୍ୟୁରିଟି ଗାର୍ଡ’ମାନଙ୍କୁ କହିଛି।

ଡିୟୁଟି ସମୟରେ ବରିଷ୍ଠ କର୍ମଚାରୀମାନେ ‘ସିକ୍ୟୁରିଟି ଗାର୍ଡ’ମାନଙ୍କୁ ଚା ଜଳଖିଆ ଆଣିବାକୁ ପଠାଉଥିବା ଜାଣିବା ପରେ ଏହାକୁ ବନ୍ଦ କରାଇବା ପାଇଁ ‘ଏମ୍‌ସ୍‌’ର ନୂଆ ନିର୍ଦେଶକ ଏମ୍‌. ଶ୍ରୀନିବାସ ଆଦେଶନାମା ଜାରି କରିଛନ୍ତି।

ଏଥିରେ ଉଲ୍ଲେଖ ଅଛି, ‘ଡିୟୁଟି’ ସମୟରେ କୌଣସି ‘ସିକ୍ୟୁରିଟି ଗାର୍ଡ’ ପାନୀୟ କି, ଭୋଜନ କରୁଥିବା ଜଣାପଡ଼ିଲେ ତାଙ୍କୁ ‘ଏମ୍‌ସ୍‌’ର ‘ରୋଲ୍‌’ରୁ ହଟାଇ ଦିଆଯିବ।

ହସ୍ପିଟାଲ୍‌ କର୍ମଚାରୀଙ୍କ ଆଦେଶରେ ଜଣେ ‘ସିକ୍ୟୁରିଟି ଗାର୍ଡ’ ଚା ଟ୍ରେ ନେଇ ଯାଉଥିବା ଘଟଣା ‘କାର୍ଡିଓଥୋରାସିସ୍’ ଏବଂ ‘ନ୍ୟୁରୋସାଇନ୍‌ସେସ୍‌ ସେଣ୍ଟର୍‌’ ପରିଦର୍ଶନ କରିବା ବେଳେ ନିର୍ଦେଶ ଶ୍ରୀନିବାସ ଦେଖିବା ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ।

ଆଦେଶରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ଏଭଳି ଘଟଣା ଖାଲି ସୁରକ୍ଷା ନିମନ୍ତେ ନିଯୁକ୍ତ କର୍ମଚାରୀଙ୍କ କ୍ଷେତ୍ରରେ ସାଲିସ କରିବା ସହ ନିରାପତ୍ତା ସେବା ପ୍ରତି ପ୍ରତିକୂଳ ମନୋଭାବ ଦର୍ଶାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe