ଏମ୍‌ସ ପିଜି ମେଡିକାଲ ଏଣ୍ଟ୍ରାନ୍ସ ମାସେ ଘୁଞ୍ଚିଲା

Advertisment
ଏମ୍‌ସ ପିଜି ମେଡିକାଲ ଏଣ୍ଟ୍ରାନ୍ସ ମାସେ ଘୁଞ୍ଚିଲା

mynews36.com

ନୂଆଦିଲ୍ଲୀ : ଏମ୍‌ସ ପିଜି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସୁପ୍ରିମ୍‌ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ବେଳେ ପରୀକ୍ଷାକୁ ମାସେ ଘୁଞ୍ଚାଇବା ପାଇଁ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟ ପରୀକ୍ଷା ଘୁଞ୍ଚାଇବାକୁ କହିଥିଲେ। ଆଇଏନଆଇ ସିଇଟି ୨୦୨୧ ପରୀକ୍ଷା ଆସନ୍ତା ୧୬ ତାରିଖରେ ହେବାକୁ ଥିଲା। ତେବେ ଏହି ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରି ବିଚାରପତି ଇନ୍ଦିରା ବାନାର୍ଜୀ ଓ ବିଚାରପତି ଏମ ଆର ଶାହଙ୍କ ଖଣ୍ଡପୀଠ ପରୀକ୍ଷା ଅନ୍ତତଃ ୧ ମାସ ଘୁଞ୍ଚାଇବାକୁ କହିଥିଲେ। ଡାକ୍ତରମାନେ କୋଭିଡ ବେଳେ ଚିକିତ୍ସା କାର୍ଯ୍ୟରେ ବ୍ୟସ୍ତ ଥିବାରୁ ପଢ଼ାପଢ଼ି କରିପାରି ନାହାନ୍ତି ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe