ଭୁବନେଶ୍ବର ଏମ୍ସର ଛାତ୍ର ନିଖୋଜ ଘଟଣା: କମିସନରେଟ୍‌ ପୋଲିସଠାରୁ ରିପୋର୍ଟ ତଲବ

୪ ଲକ୍ଷ ଗରିବ ପରିବାରକୁ ମିଳିନି ୫ ମାସର ଗହମ: ମୁଖ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

Image Courtesy of India Wispers

ନୂଆଦିଲ୍ଲୀ : ଭୁବନେଶ୍ବର ଏମ୍ସରେ ଅଧ୍ୟୟନ କରୁଥିବା କାଶ୍ମୀର ଛାତ୍ର ନିଖୋଜ ଘଟଣାର ସଦ୍ୟତମ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଭୁବନେଶ୍ବର-କଟକ କମିସନରେଟ୍‌ ପୋଲିସଠାରୁ ରିପୋର୍ଟ ତଲବ କରିଛନ୍ତି। ନିଖୋଜ ଛାତ୍ରକୁ ଠାବ କରିବା ପାଇଁ ଗତ ତିନିବର୍ଷରୁ କରାଯାଇଥିବା ପ୍ରୟାସ ଏବଂ ଏହାର ଫଳାଫଳ ସଂପର୍କରେ ବିବରଣୀ ପ୍ରଦାନ କରିବା ପାଇଁ କୁହାଯାଇଛି। ୪ ସପ୍ତାହ ଭିତରେ ରିପୋର୍ଟ ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି।

ସୁପ୍ରିମ୍‌କୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ ପଟିସନର ଶୁଣାଣି କରି ଏନ୍‌ଏଚ୍‌ଆର୍‌ସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସ ଭୁବନେଶ୍ବରରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମର କାଶ୍ମୀର ଛାତ୍ର ସୁହେଲ ଆଇଜାଜ କାଟାରିଆ ଫେବ୍ରୁଆରି ୯, ୨୦୧୮ରୁ ନିଖୋଜ ହୋଇଛି। ପୂର୍ବରୁ ଏନ୍‌ଏଚ୍‌ଆର୍‌ସିରେ ଏହି ମାମଲା ସଂପର୍କରେ ଭୁବନେଶ୍ବର ପୋଲିସ ଡିସିପିଙ୍କ ଦ୍ବାରା ଏକ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା। ଏହାପରେ ଭୁବନେଶ୍ବର ଏସିପିଙ୍କ ଦ୍ବାରା ନିଖୋଜ ଛାତ୍ରଙ୍କ ଖୋଜିବାର ପ୍ରୟାସ ଜାରି ରହିଥିବାର ଏନ୍‌ଏଚ୍‌ଆର୍‌ସିଙ୍କୁ ଅବଗତ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏସିପିଙ୍କ ଦ୍ବାରା ଜାନୁଆରୀ ୨୦, ୨୦୨୧ ଓ ଫେବ୍ରୁଆରି ୧୮, ୨୦୨୧ରେ ଯେଉଁ ରିପୋର୍ଟ ଦିଆଯାଇଥିଲା ତାହାକୁ ଏନ୍‌ଏଚ୍‌ଆର୍‌ସି ପୁରୁଣା ବୋଲି କହିଥିଲେ। ଚାରି ସପ୍ତାହରେ ସଦ୍ୟତମ ରିପୋର୍ଟ ଦାଖଲ ପାଇଁ କଟକ-ଭୁବନେଶ୍ବର କମିସନରେଟ୍ ପୋଲିସକୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe