ଟ୍ରାକ୍ଟର ପରେଡରେ ହିଂସା ଘଟଣା: ଆନ୍ଦୋଳନରୁ ନିଜକୁ ଅଲଗା କଲା ଏଆଇକେଏସସିସି ଏବଂ ବିକେୟୁ

Advertisment
ଟ୍ରାକ୍ଟର ପରେଡରେ ହିଂସା ଘଟଣା: ଆନ୍ଦୋଳନରୁ ନିଜକୁ ଅଲଗା କଲା ଏଆଇକେଏସସିସି ଏବଂ ବିକେୟୁ

aajtak

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସା ଚାଷୀ ଆନ୍ଦୋଳନର ଗତି ବଦଳାଇ ଦେଇଛି। ଶାନ୍ତିପୂର୍ଣ୍ଣଭାବେ ଟ୍ରାକ୍ଟର ପରେଡ କରାଯିବ ବୋଲି ପୂର୍ବରୁ ଚାଷୀ ନେତାମାନେ କଥା ଦେଇଥିଲେ ମଧ୍ୟ କାଲି ହୋଇଥିବା ହିଂସା ସବୁ ସୀମା ପାର କରିଛି। ଗତକାଲିର ଘଟଣା ପରଠାରୁ ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ପ୍ରାୟ ଦୁଇ ମାସ ହେଲାଣି ଚାଷୀଙ୍କୁ ସମର୍ଥନ କରି ଆନ୍ଦୋଳନ କରି ଆସୁଥିବା ଅଲ ଇଣ୍ଡିଆ କିଷାନ ସଙ୍ଘର୍ଷ କୋଅର୍ଡିନେସନ କମିଟି(ଏଆଇକେଏସସିସି) ଏବଂ ଭାରତୀୟ କିଷାନ ୟୁନିୟନ ଚାଷୀ ଆନ୍ଦୋଳନରୁ ନିଜକୁ ଅଲଗା କରିଛି।

ଏଆଇକେଏସସିସିର କୃଷକ ନେତା ଭିଏମ ସିଂ ଘୋଷଣା କରିଛନ୍ତି ଯେ, ତାଙ୍କ ସଂଗଠନ କୃଷକ ଆନ୍ଦୋଳନରୁ ଅଲଗା ହେଉଛି। ଏହି ସଂଗଠନ ଆଉ ଆନ୍ଦୋଳନର ଏକ ଅଂଶ ହେବ ନାହିଁ | ଗତକାଲି ଯାହା ହେଲା, ଚାଷୀ ଆନ୍ଦୋଳନ ସେଭଳି ଢ଼ଙ୍ଗରେ ଆଗେଇ ପାରିବ ନାହିଁ। ଆମେ ଏଠାକୁ ସହିଦ ହେବାକୁ କିମ୍ବା ଲୋକଙ୍କୁ ପିଟିବାକୁ ଆସିନାହୁଁ ବୋଲି କହିଛନ୍ତି।

VM singh announcement indiatoday

ଭାରତୀୟ କିଷାନ ୟୁନିଅନର ମୁଖ୍ୟ ରାକେଶ ଟିକୈତଙ୍କ ବିରୋଧରେ ଅଭିଯୋଗ କରି ଭିଏମ୍ ସିଂ କହିଛନ୍ତି ଯେ, ରାକେଶ ଟିକୈତ ସରକାରଙ୍କ ସହ ବୈଠକ କରିଥିଲେ। ହେଲେ ବୈଠକରେ ସେ ଉତ୍ତରପ୍ରଦେଶର ଆଖୁ ଚାଷୀଙ୍କ ପ୍ରସଙ୍ଗକୁ ଥରେ ମଧ୍ୟ ଉଠାଇ ନଥିଲେ। ସେ ଧାନ ବିଷୟରେ ମଧ୍ୟ କୌଣସି ଆଲୋଚନା କରିନଥିଲେ। ଆମେ ତାଙ୍କୁ ସମର୍ଥନ କରିଥିଲେ ମଧ୍ୟ ସେ ଏହାର ସମ୍ମାନ କରିନାହାନ୍ତି। ଏଭଳି ହିଂସା କରି ଆମେ ଆଗକୁ ଆନ୍ଦୋଳନ କରିବୁ ନାହୁଁ। ଆମେ ଆମର ଆନ୍ଦୋଳନ ବନ୍ଦ କରୁଛୁ କିନ୍ତୁ କୃଷକଙ୍କ ଅଧିକାର ପାଇଁ ଆମର ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe