ମିରଟରୁ ଫେରୁଥିବା ବେଳେ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଫଟୋ ଟ୍ବିଟ କରି ଦେଲେ ସୂଚନା

Advertisment
ମିରଟରୁ ଫେରୁଥିବା ବେଳେ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଫଟୋ ଟ୍ବିଟ କରି ଦେଲେ ସୂଚନା

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍ ମୁସଲିମୀନ (ଆଇଏଏମ୍‌ଆଇଏମ୍‌) ଅଧ୍ୟକ୍ଷ ତଥା ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼। ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା  ଦାବି କରିଛନ୍ତି ଓୱେସି। ନିଜ ଗାଡ଼ିର ଏକ ଫଟୋ ଟ୍ବିଟରରେ ସେୟାର କରି ସେ ଏଭଳି ଅଭି‌ଯୋଗ କରିଛନ୍ତି।

ସେ କରିଥିବା ଟ୍ବିଟରେ ଏକ ଧଳା ରଙ୍ଗର ଗାଡ଼ିର କବାଟରେ ଦୁଇଟି ଛିଦ୍ର ହୋଇଥିବା ଦେଖିବାକୁ ମିଳିଛି। ଟ୍ବିଟ କରି ସେ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ ଛିଜାର୍ସୀ ଟୋଲ୍ ଗେଟ୍ ପାଖରେ ମୋ କାର୍ ଉପରକୁ ଗୁଳି ମାଡ଼ କରାଯାଇଥିଲା। ୪ ରାଉଣ୍ଡ ଗୁଳି ଚଳାଯାଇଥିଲା। ୩-୪ଜଣ ଏହି ଆକ୍ରମଣ କରିଥିବା ବେଳେ ଆକ୍ରମଣ ପରେ ସେଠାରେ ଅସ୍ତ୍ରଶସ୍ତ୍ର ଛାଡି ସେମାନେ ଫେରାର ହୋଇଯାଇଥିଲେ। ମୋ ଗାଡ଼ିର ଚକା ପଙ୍କଚର ହୋଇଯିବାରୁ ମୁଁ ଅନ୍ୟ ଗାଡ଼ିରେ ବସି ସେଠାରୁ ଚାଲିଆସିଲି। ଆମେ ସମସ୍ତେ ସୁରକ୍ଷିତ ଅଛୁ।

ତେବେ ଏହି ଘଟଣା ବିଷୟରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe