ବିଚ ରାସ୍ତାରେ ଏଆଇଏମଆଇଏମ ନେତା ଅସଦ ଖାନଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ବିଚ ରାସ୍ତାରେ ଏଆଇଏମଆଇଏମ ନେତା ଅସଦ ଖାନଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

indiatoday

ହାଇଦ୍ରାବାଦ: ବିଚ ରାସ୍ତାରେ ନେତାଙ୍କୁ ହତ୍ୟା। ଚଳନ୍ତା ବାଇକରେ ନେତାଙ୍କୁ ହାଣିଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏଆଇଏମଆଇଏମ ନେତା ଅସଦ ଖାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୁଲିସ। ତେବେ ହତ୍ୟା ପଛର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଅସଦ ଖାନ ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ଅନେକ ଅପରାଧରେ ସାମିଲ ଥିବା କହିଛି ପୁଲିସ।

ମିଳିଥିବା ସୂଚନା ମୁତାବକ, ଅସଦ ଖାନ ତାଙ୍କର ଦୁଇ ଚକିଆ ଯାନରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଶାସ୍ତ୍ରୀପୁରମ୍ ରୋଡରେ ଥିବା ଏକ ପବ୍ଲିକ୍ ହଲ୍ ନିକଟରେ ଆକ୍ରମଣକାରୀ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଦିବାଲୋକରେ ତାଙ୍କୁ  ହତ୍ୟା କରିବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ତୁରନ୍ତ ଅସଦ ଖାନଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅସଦ ଖାନ ପୂର୍ବରୁ ଅନେକ ଅପରାଧରେ ସାମିଲ ଥିବାରୁ କେହି ପ୍ରତିଶୋଧ ନେବାକୁ ଏଭଳି କରିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe