କୋଚିରେ ଅବତରଣ କରିବା ସମୟରେ ଏୟାର ଆରବ ବିମାନରେ ଘଟିଲା ବଡ଼ ଅଘଟଣ: ୨୨୨ ଯାତ୍ରୀ ସୁରକ୍ଷିତ

କୋଚିରେ ଅବତରଣ କରିବା ସମୟରେ ଏୟାର ଆରବ ବିମାନରେ ଘଟିଲା ବଡ଼ ଅଘଟଣ: ୨୨୨ ଯାତ୍ରୀ ସୁରକ୍ଷିତ

Image Courtesy: News Live

କୋଚି: ସାରଜାରୁ କୋଚି ଅଭିମୁଖେ ଆସୁଥିବା ଏୟାର ଆରବ ଏୟାରଲାଇନ୍ସର ଏକ ବିମାନ ଆଜି (ଶୁକ୍ରବାର) ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତି ଯାଇଛି। ଏହି ବିମାନରେ ୨୨୨ ଜଣ ଯାତ୍ରୀ ଥିଲେ।

ରିପୋର୍ଟରୁ ପ୍ରକାଶ, ଆଜି (ଶୁକ୍ରବାର) ସନ୍ଧ୍ୟାରେ ଆରବ ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ୨୨୨ ଯାତ୍ରଙ୍କ ସମେତ ୭ ଜଣ କ୍ର୍ୟୁ ସଦସ୍ୟଙ୍କୁ ଧରି ସାରଜାରୁ କୋଚି ଅଭିମୁଖେ ଆସୁଥିଲା। ତେବେ, କୋଚି ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ସମୟରେ ୟୁଏଇର ସାରଜାରୁ କୋଳର କୋଚି ଅଭିମୁଖେ କୋଚି ଅଭିମୁଖେ ଆସୁଥିବା ଏୟାର ଆରବ ବିମାନ (ଜି୯-୪୨୬)ର ହାଇଡ୍ରୋଲିକ୍‌ ଅବତରରଣ ସମୟରେ ଅଚଳ ହୋଇ ପଡ଼ିଥିଲା।

ତେବେ, ବିମାନର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିବା କୋଚ ଆନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଏବଂ ବିମାନରେ ଥିବା ସମସ୍ତ ୨୨୨ ଯାତ୍ରୀ ଏବଂ ସାତ ଜଣ କ୍ରୁ ସଦସ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସେମାନେ କହିଛନ୍ତି।

ଏହି ଘଟଣା ପରେ କୋଚି ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe