Image Source: Hindustan Times
ମଣ୍ଟ୍ରିଲ୍: ଗୁରୁବାର ଦିନ ଅଷ୍ଟ୍ରେଲିଆ ଯିବା ବାଟରେ ଏୟାର୍ କାନଡାର ଗୋଟାଏ ଯାତ୍ରୀବାହୀ ଜେଟ୍ରେ ତ୍ରୁଟି ଦେଖା ଦେବାରୁ ଜରୁରୀକାଳୀନ ଅବତରଣ ପାଇଁ ବାଧ୍ୟ ହୋଇଥିଲା।
ହାଓ୍ଵାଇ ଟପିବାର ଦୁଇ ଘଣ୍ଟା ପରେ ଭାଙ୍କୋଭର୍ ରୁ ସିଡ୍ନି ଯାଉଥିବା ଏସି୩୩ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ତାହା ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱୀପ ଶୃଙ୍ଖଳର ରାଜଧାନୀ ହନଲୁଲୁକୁ ଫେରି ଆସିଥିଲା ବୋଲି କମ୍ପାନି ତରଫରୁ ଏକ ବିବୃତ୍ତିରେ କୁହାଯାଇଛି।
ବୋଇଙ୍ଗ୍ ୭୭୭-୨୦୦ ସକାଳ ୬: ୪୫ ରେ ସ୍ୱାଭାବିକ ଭାବେ ଅବତରଣ କରିଥିଲା। ପ୍ରାୟ ୩୫ ଜଣ ଯାତ୍ରୀ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।
/sambad/media/post_attachments/wp-content/uploads/2019/07/aca-300x169.jpg)
ଯାତ୍ରୀ ଜେସ୍ ସ୍ମିଥ୍ କହନ୍ତି ଯେ ଆମେ ବିମାନ ଛାତରେ ବାଜିଲୁ। ସବୁ ଜିନିଷ ଖସିପଡ଼ିଲା... ଲୋକେ ଉଡ଼ିଲେ।
ଫାଏସ୍ ଅସାଦ ନାମକ ଅନ୍ୟ ଜଣେ ଯାତ୍ରୀ କହନ୍ତି: ବିମାନଟି ହଠାତ୍ ତଳକୁ ଖସିଲା କେତେକ ଲୋକ ସିଟ୍ବେଲ୍ଟ୍ ଭିଡ଼ି ନ ଥିଲେ। ସେମାନେ ଊର୍ଦ୍ଧ୍ୱକୁ ଉଠିଯିବାରୁ ଛାତରେ ସେମାନଙ୍କ ମୁଣ୍ଡ ପିଟି ହୋଇ ଯାଇଥିଲା।
ବିମାନରେ ଥିଲେ ୨୮୯ ଜଣ ଯାତ୍ରୀ ଓ ୧୫ ଜଣ କ୍ରୁ ମେମ୍ବର। ସମସ୍ତଙ୍କ ଲାଗି ଏୟାର୍ କାନଡା ହନଲୁଲୁ ହୋଟେଲ୍ରେ ହୋଟେଲ୍ ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା କଥା ବିବୃତ୍ତିରେ କୁହାଯାଇଛି।
Follow Us