ନୂଆଦିଲ୍ଲୀ: ବୋଝ ଉପରେ ନଳିତା ବିଡ଼ା କୁହନ୍ତୁ କି ନଇଁ ପଡିଥିବୁ ଯେତିକି ବେଳେ ବିଧାଟେ ମାରିବୁ ସେତିକି ବେଳେ ନ୍ୟାୟରେ ଇଣ୍ଡିଗୋରେ ସଙ୍କଟ ପରେ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ବିମାନ ଯାତ୍ରୀ । ଘଣ୍ଟା ଘଣ୍ଟା ଅପେକ୍ଷାକୁ ବଳିଯାଇଛି ମହଙ୍ଗା ଟିକେଟର ଯନ୍ତ୍ରଣା । ଗୋଟେପଟେ ଇଣ୍ଡିଗୋ ସଙ୍କଟ ଏବଂ ଅନ୍ୟପଟେ ଟିକେଟର ଚଢା ଦର । ହଠାତ୍ ବଢିଗଲା ଆକାଶ ପଥର ଭଡ଼ା । ଦୁଇ ଗୁଣା କି ୩ ଗୁଣା ନୁହେଁ ବରଂ ଏକାଥରେ ୧୦ ଗୁଣା ବଢିଲା ଟିକେଟର ଦର । ଯାହା ସିଧାସଳଖ ଯାତ୍ରୀଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି । ଆଉ ଯାତ୍ରୀଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି ।

Advertisment

ଜାତୀୟ ଗଣମାଧ୍ଯମରେ ପ୍ରକାଶିତ ତଥ୍ୟ ଅନୁସାରେ । ଦିଲ୍ଲୀ ବିମାନବନ୍ଦରରୁ ଇଣ୍ଡିଗୋର ୨୩୫ଟି ବିମାନ ବାତିଲ କରାଯାଇଥିବା ବେଳେ ସାରା ଦେଶରେ ଏହି ସଂଖ୍ୟା ୫୮୦ ଅତିକ୍ରମ କରିଛି । ଏଭଳି ପରିସ୍ଥିତି ଯୋଗୁଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି ଏବଂ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏତିକି ବେଳେ ମହଙ୍ଗା ହୋଇଛି ଟିକେଟ୍ ଦର । ଆଜି ପାଇଁ ବିଭିନ୍ନ ବିମାନ ସେବାର ଭଡା ବଢିଛି ।

ଆହୁରି ପଢନ୍ତୁ- Presidential Diner :  ନୈଶ୍ୟଭୋଜି ପାଇଁ ରାହୁଲଙ୍କୁ ମିଳିଲାନି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ଆକାଶ ପଥରେ ଆକାଶଛୁଆଁ ଦର 

ଦିଲ୍ଲୀ-ଚେନ୍ନାଇ- ୬୮, ୯୩୨ ଟଙ୍କା
ଦିଲ୍ଲୀ-ବେଙ୍ଗାଲୁରୁ- ୩୯, ୧୦୧ ଟଙ୍କା
ଅହମଦାବାଦ-ମୁମ୍ବାଇ- ୨୦, ୩୫୯ ଟଙ୍କା
କୋଲକାତା-ମୁମ୍ବାଇ- ୩୧, ୪୪୪ ଟଙ୍କା
କୋଲକାତା-ବେଙ୍ଗାଲୁରୁ- ୨୪, ୧୭୬ ଟଙ୍କା
ପୁଣେ-କୋଲକାତା- ୨୪, ୯୪୮ ଟଙ୍କା
ପୁଣେ-ହାଇଦ୍ରାବାଦ- ୧୭, ୫୦୧ ଟଙ୍କା

ଏୟାର ଇଣ୍ଡିଆର ଦର, ଶୁଣିଲେ ଲାଗୁଛି ଡର

ସେହିପରି ଦିଲ୍ଲୀରୁ ମୁମ୍ବାଇ ପାଇଁ ଏୟାର ଇଣ୍ଡିଆର ଟିକେଟ ଦର ୭ ତାରିଖ ପାଇଁ ବୃଦ୍ଧି ପାଇ ୨୫ ହଜାର ହୋଇଛି । ଶନିବାର ପାଇଁ ପୁଣେରୁ କୋଲକାତା ପାଇଁ ବି ଏୟାର ଇଣ୍ଡିଆର ଦର ୬୯, ୦୦୦ ହୋଇଯାଇଛି । ସେହିପରି ଦିଲ୍ଲୀ-ପାଟଣା ପାଇଁ ୨୯ ହଜାର ଟଙ୍କା ଛୁଇଁଛି । ଦିଲ୍ଲୀରୁ ବେଙ୍ଗାଲୁରୁ ଟିକଟ ଦର ବଢି ୩୩ ହଜାର ୨୨୯ ହୋଇଛି ।

ଆହୁରି ପଢନ୍ତୁ- Bhagavad Gita: ମୋଦୀଙ୍କ ଗୀତା ଉପହାର: ଜାଣନ୍ତୁ ବିଶ୍ବର କେଉଁ ବଡ଼ ନେତାଙ୍କୁ ପୂର୍ବରୁ ଗୀତା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ?

ବିଦେଶ ଦରଠୁ ଟପିଗଲା ଦେଶ ଭିତର ଭଡ଼ା

ହୁହୁ ହୋଇ ବଢୁଥିବା ବିମାନର ଟିକଟ ଦର ଭିତରେ ସବୁଠାରୁ ଚକିତ କରିଦେବା ଭଳି ଘଟଣାଟି ହେଉଛି ଆକାଶପଥରେ ବିଦେଶ ଯାତ୍ରାର ଭଡା ଠାରୁ ଦେଶ ଭିତରର ଭଡା ମହଙ୍ଗା ହୋଇଛି । ଦିଲ୍ଲୀରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୨୩ ହଜାର ଏବଂ ବେଙ୍ଗାଲୁରୁରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୧୮ ହଜାର ଥିବା ବେଳେ ଦେଶର ପ୍ରମୁଖ ସହରରୁ ଅନ୍ୟ ସହରକୁ ଯାତ୍ରା ପାଇଁ ବିମାନ ଦର ୧୦ ଗୁଣା ବୃଦ୍ଧି ପାଇଛି ।

ବିମାନ ଯାତ୍ରୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ କଷ୍ଟଦାୟକ ସାବ୍ୟସ୍ତ ହୋଇଛି । ଦେଶର ସବୁଠାରୁ ବଡ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଆଜି ଏକକାଳୀନ ଶହ ଶହ ବିମାନ ବାତିଲ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ ସାରା ଦେଶରେ ମୋଟ ୫୮୦ ବିମାନ ରଦ୍ଦ ହୋଇଛି । ଦିଲ୍ଲୀରୁ ୨୨୦ ବିମାନ, ବେଙ୍ଗାଲୁରୁରୁ ୧୦୦, ହାଇଦ୍ରାବାଦରୁ ଏବଂ ଅନ୍ୟ ବଡ଼ ବଡ଼ ବିମାନବନ୍ଦରରୁ ବିମାନ ରଦ୍ଦ ହୋଇଛି ।