ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ଅବହେଳା କରାଯିବାକୁ ନେଇ ରାଜନୀତି ଜୋର ଧରିଛି । ବିରୋଧୀ ଦଳ ନେତାଙ୍କୁ ପୁଟିନଙ୍କୁ ଭେଟିବାକୁ ନ ଦେବାକୁ ନେଇ ଖୋଦ ରାହୁଲ ଗତକାଲି ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଆଜି ରାହୁଲଙ୍କୁ ପୁଣି ଥରେ ଅବହେଳା କରାଯାଇଛି । କିନ୍ତୁ ଏହି ଅବହେଳା ରାହୁଲଙ୍କୁ ଯେତିକି ବ୍ୟଥିତ କରିନଥିବା ତାଠାରୁ ଅଧିକ ବ୍ୟଥିତ କରିଥିବ ଶଶୀ ଥରୁରଙ୍କୁ ମିଳିଥିବା ନିମନ୍ତ୍ରଣକୁ ନେଇ । 

Advertisment

ଆହୁରି ପଢନ୍ତୁ :AIIMS Bhubaneswar: ସ୍ତ୍ରୀ-ରୋଗ କର୍କଟ ନିରାକରଣ କ୍ଷେତ୍ରରେ ଗବେଷଣା କରିବ ଏମ୍ସ ଭୁବନେଶ୍ୱର

କଥା ହେଉଛି ପୁଟିନଙ୍କ ସମ୍ମାନରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ନୈଶ୍ୟଭୋଜୀ ପ୍ରଦାନ କରୁଛନ୍ତି । ଏହି ଡିନରକୁ ବରିଷ୍ଠ ଅଧିକାରୀ, ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଡିନର ପାଇଁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ କରାଯାଇନାହିଁ । କିନ୍ତୁ କଂଗ୍ରେସ ଦଳର ବିଦ୍ରୋହୀ ନେତା ଶଶୀ ଥରୁରଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାକୁ ନେଇ କଂଗ୍ରେସ ନେତାମାନେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଆହୁରି ପଢନ୍ତୁ :Bhagavad Gita: ମୋଦୀଙ୍କ ଗୀତା ଉପହାର: ଜାଣନ୍ତୁ ବିଶ୍ବର କେଉଁ ବଡ଼ ନେତାଙ୍କୁ ପୂର୍ବରୁ ଗୀତା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ?

ଏହି ପ୍ରସଙ୍ଗରେ କଂଗ୍ରେସ ମହାସଚିବ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ଯେ ଅନେକ କଳ୍ପନାଜଳ୍ପନା ହେଉଛି ଯେ ରାଷ୍ଟ୍ରପତି ପୁଟିନଙ୍କ ସମ୍ମାନରେ ଆୟୋଜିତ ଏହି ରାତ୍ରୀଭୋଜନରେ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। କିନ୍ତୁ ଏହା ସତ ।