ବାୟୁସେନା ଘାଟି ଶିଶୁଙ୍କ ଅସ୍ଥାୟୀ ବାସସ୍ଥାନ

Advertisment

ପୂର୍ବ ଅଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଅଚଳ ନିର୍ଦ୍ଦେଶ

ପୂର୍ବ ଅଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଅଚଳ ନିର୍ଦ୍ଦେଶ

ବାୟୁସେନା ଘାଟି ଶିଶୁଙ୍କ ଅସ୍ଥାୟୀ ବାସସ୍ଥାନ

ବର୍ଲିନ୍‌ : ଜର୍ମାନୀର ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଆମେରିକାର ରମଷ୍ଟିନ୍‌ ବାୟୁସେନା ଘାଟି ଆଫଗାନିସ୍ତାନ ଶିଶୁଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ହୋଇଛି। ଆମେରିକା ଦ୍ବାରା କାବୁଲ ବିମାନ ବନ୍ଦରରୁ ଉଦ୍ଧାର ହୋଇଥିବା ଏକାଧିକ ଶିଶୁ ନିଜ ବାପା ମା’ଙ୍କଠାରୁ ଅଲଗା ହୋଇଯାଇଛନ୍ତି। ସେମାନଙ୍କୁ ରମ୍‌ଷ୍ଟିନ୍‌ ବାୟୁସେନା ଘାଟିରେ ରଖାଯାଇଛି। ୟୁନିସେଫ୍‌ ଅନୁଯାୟୀ ପ୍ରାୟ ୩୦୦ ଶିଶୁଙ୍କ ବାପା ମା’ ସେମାନଙ୍କ ସହ ନଥିବା ପଂଜୀକରଣ ହୋଇଛି। ୧୪୦ଟି ବିମାନରେ ପାଖାପାଖି ୩୪୦୦୦ ଲୋକ ଆଫଗାନିସ୍ତାନରୁ ଆସି ରମ୍‌ଷ୍ଟିନ୍‌ରେ ପହଞ୍ଚିଛନ୍ତି। ୧୨୦୦୦ ଉଦ୍ଧାର ହୋଇଥିବା ଲୋକ ଏଯାବତ୍‌ ବାୟୁସେନା ଶିବିରରେ ଅଛନ୍ତି ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଆମେରିକା ପଠାଯାଇଛି। ଏବେ ରମ୍‌ଷ୍ଟିନ୍‌ ବାୟୁସେନା ଘାଟିରେ ବାପା ମା’ଙ୍କ ଠାରୁ ଅଲଗା ହୋଇଯାଇଥିବା ପ୍ରାୟ ୩୦ରୁ ଅଧିକ ଶିଶୁ ଅଛନ୍ତି। ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଶିଶୁ ବିଶେଷଜ୍ଞ ବି ରହିଛନ୍ତି। ଆମେରିକା ସୈନିକ ମଧ୍ୟ ଏହି ଶିଶୁମାନଙ୍କୁ ଖୁସି ରଖିବା ପାଇଁ ସେମାନଙ୍କ ସହ ସମୟ ଅତିବାହିତ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଉଦ୍ଧାର ହୋଇଥିବା ଅଧିକାଂଶ ଶିଶୁ ଝିଅ। ଶିଶୁମାନଙ୍କୁ ସେମାନଙ୍କ ପରିବାର ସହ ମିଶାଇବାକୁ ଉଦ୍ୟମ ଜାରି ରହିଛି।

ପୂର୍ବ ଅଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଅଚଳ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଆଫଗାନିସ୍ତାନର ପୂର୍ବତନ ଅଧିକାରୀମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଅଚଳ କରିଦେବାପାଇଁ ତାଲିବାନ ନିର୍ଦ୍ଦେଶ ଦେଇଛି। ଆମେରିକା ସମର୍ଥିତ ସରକାରରେ ଯେଉଁମାନେ କାମ କରୁଥିଲେ ସେମାନଙ୍କ ଆକାଉଣ୍ଟ୍‌ର ଏକ ତାଲିକା ଘରୋଇ ବ୍ୟାଙ୍କ୍‌ମାନଙ୍କଠାରୁ ତାଲିବାନ ମାଗିଛି। କାବୁଲ୍‌ରେ ଥିବା ବିବିସି ସାମ୍ବାଦିକ ଖାଲିଲି ନୁରୀଙ୍କ ଅନୁଯାୟୀ ପୂର୍ବତନ ଆଫଗାନ ମନ୍ତ୍ରୀ, ଉପମନ୍ତ୍ରୀ, ସାଂସଦ ଏବଂ ‌ମେୟରମାନଙ୍କ ଆକାଉଣ୍ଟ୍‌ ଅଚଳ କରିଦେବା ପାଇଁ ତାଲିବାନ ନିର୍ଦ୍ଦେଶ ଦେଇଛି। ତା‌ଲିବାନ କାବୁଲ ଦଖଲ କରିବାପରେ ବନ୍ଦ ଥିବା ବ୍ୟାଙ୍କ୍‌ଗୁଡ଼ିକ ଏବେ ଖୋଲିଛି। କିନ୍ତୁ ଏଟିଏମ୍‌ରୁ ଟଙ୍କା ଉଠାଣ ଉପରେ କଟକଣା ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe