ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ:ପାଇଲଟ୍‌ ସୁରକ୍ଷିତ

Advertisment
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ:ପାଇଲଟ୍‌ ସୁରକ୍ଷିତ

ଜୟପୁର: ଭାରତୀୟ ବାୟୁସେନାର ଏମ୍‌ଆଇଜି-୨୭ ଯୁଦ୍ଧ ବିମାନ ଆଜି ଯୋଧପୁରର ବନାଦ୍‌ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରେ କେହି ମୃତାହତ ହୋଇନାହାନ୍ତି। ବିମାନକୁ ଚଳାଉଥିବା ପାଇଲଟ୍‌ ଠିକଣା ସମୟରେ ପାରାସୁଟ୍‌ରେ ଖସି ନିଜ ଜୀବନ ବଞ୍ଚାଇଛନ୍ତି। ତେବେ ଘଟଣାରେ ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ଆଧାରରେ ତଦନ୍ତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କଲୋନେଲ୍‌ ସମ୍ବିତ୍‌ ଘୋଷ ସୂଚନା ଦେଇଛନ୍ତି।
ତାଙ୍କ କହିବାନୁଯାୟୀ, ମଙ୍ଗଳବାର ସକାଳେ ନିୟମିତ ମିସନ୍‌ ଆଧାରରେ ରୁଷୀୟ କମ୍ପାନି ଦ୍ୱାରା ନିର୍ମିତ ସିଙ୍ଗିଲ୍‌-ସିଟ୍‌ ଭିତ୍ତିକ ଏମ୍‌ଆଇଜି-୨୭ ବିମାନ ଉଡ଼ାଣ କରିଥିଲା। ଯୋଧପୁର ବିମାନ ଘାଟିରୁ ଏହା ବାହାରିଥିଲା। କିନ୍ତୁ ଉଡ଼ାଣର କିଛି ମିନିଟ୍‌ ମଧ୍ୟରେ ଏହା ବନାଦ୍‌ ଅଞ୍ଚଳର ଏକ ଚାଷଜମିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡାଙ୍ଗ୍ୟାଓ୍ଵାସ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ଆହତ ପାଇଲଟ୍‌ଙ୍କୁ ବାୟୁସେନା ହେଲିକପ୍ଟର ଯୋଗେ ଡାକ୍ତରଖାନା ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe