ବାୟୁସେନା ବିମାନର ପତ୍ତା ମିଳୁନି

Advertisment

ସର୍ଚ୍ଚ‌୍ ଅପରେସନ୍‌ ପାଇଁ ଇସ୍ରୋ ନିୟୋଜିତ କଲା ସାଟେଲାଇଟ୍‌

ସର୍ଚ୍ଚ‌୍ ଅପରେସନ୍‌ ପାଇଁ ଇସ୍ରୋ ନିୟୋଜିତ କଲା ସାଟେଲାଇଟ୍‌

ବାୟୁସେନା ବିମାନର ପତ୍ତା ମିଳୁନି

ନୂଆଦିଲ୍ଲୀ: ବାୟୁସେନା ବିମାନ ଆଣ୍ଟୋନଭ୍‌ ଏଏନ୍‌-୩୨ ପରିବହନ ବିମାନର ପତ୍ତା ମିଳୁନାହିଁ। ଗତକାଲି ମଧ୍ୟାହ୍ନରୁ ବିମାନଟି ୧୩ ଜଣଙ୍କୁ ଧରି ଯାତ୍ରା ଆରମ୍ଭ କରିଥିବାବେଳେ ନିଖୋଜ ହୋଇ ଯାଇଥିଲା। ବିମାନଟିକୁ ଠାବ କରିବାପାଇଁ ସର୍ଚ୍ଚ ଅପରେସନ୍‌ ଜୋର୍‌ଦାର ହୋଇଥିଲେ ମଧ୍ୟ ଏଯାଏଁ ବିମାନର କିଛି ସୁରାକ୍‌ ମିଳିନାହିଁ। ବାୟୁସେନାର ସୁଖୋଇ ଏସ୍‌ୟୁ-୩୦ ଲଢ଼ୁଆ ଯୁଦ୍ଧ ବିମାନ ଏବଂ ସି-୧୩୦ ହରକ୍ୟୁଲ୍‌ସ ସ୍ବତନ୍ତ୍ର ବିମାନ ଗତକାଲିଠାରୁ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିବା‌ବେଳେ  ନୌସେନା‌ ବିମାନ ଏବଂ ଇସ୍ରୋର ସାଟେଲାଇଟ୍‌ ମଧ୍ୟ ସର୍ଚ୍ଚ ଅପରେସନ୍‌ ପାଇଁ ନିୟୋଜିତ ହୋଇଛି। ନିଖୋଜ ବିମାନକୁ ଚିହ୍ନଟ କରିବାପାଇଁ ଇସ୍ରୋ ଏକ ରାଡାର ଇମେଜିଂ ସାଟେଲାଇଟ୍‌ ମୁତୟନ କରିଛି। ତେବେ ଉତ୍ତରପୂର୍ବାଞ୍ଚଳରେ ଆକାଶ ମେଘାଚ୍ଛନ ରହିଥିବାରୁ ସର୍ଚ୍ଚ ଅପରେସନ୍‌ରେ ବାଧା ଉପୁଜିଛି।
ଉଲ୍ଲେଖଯୋଗ୍ୟ ଗତକାଲି ଆସାମର ଜୋରହାଟ୍‌ ବିମାନ ବନ୍ଦରରୁ ବିମାନଟି ମଧ୍ୟାହ୍ନ ୧୨.୨୭ରେ ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ସମୟ ପରେ ନିଖୋଜ ହୋଇ ଯାଇଥିଲା। ବାୟୁସେନାରେ ପରିବହନ ସେବା ଯୋଗାଇ ଦେଉଥିବା ଏହି ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଅଭିମୁଖେ ଯାତ୍ରା କରୁଥିଲା। ବିମାନରେ ୮ ଜଣ ବିମାନ କର୍ମଚାରୀ ଏବଂ ୫ ଜଣ ଯାତ୍ରୀ ଥି‌ଲେ। ଆଜି ଅରୁଣାଚଳ ପ୍ରଦେଶ ପ୍ରଶାସନ ପକ୍ଷରୁ ମଧ୍ୟ ବିମାନଟିକୁ ଖୋଜିବାପାଇଁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe